ବିଜେଡି ଛାଡି ବିଜେପିରେ ମିଶିଲେ ବିଏମ୍‌ସି କର୍ପୋରେଟର, ମନମୋହନଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ଦମ୍ପତି

Published By : Prameya-News7 Bureau | August 16, 2024 IST

ଭୁବନେଶ୍ବର ୧୬।୮: ବିଜେଡି ଛାଡି ବିଜେପିରେ ମିଶିଲେ ବିଏମ୍‌ସି କର୍ପୋରେଟର । ବିଜେପିରେ ମିଶିଲେ BMC ୩୭ ନଂ ୱାର୍ଡ କର୍ପୋରେଟର ବନ୍ଦିତା ପାଲ୍ । ବନ୍ଦିତାଙ୍କ ସ୍ଵାମୀ ତଥା ବିଜେଡ଼ି ସାଧାରଣ ସମ୍ପାଦକ ଅର୍ଜୁନ ବେହେରା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଛନ୍ତି ।

ବିଜେପିରେ ଯୋଗ ଦେବା ପରେ ବିଧାୟକ ଅନନ୍ତ ଜେନାଙ୍କୁ ଟାର୍ଗେଟ କଲେ ବନ୍ଦିତା । କହିଲେ, ଲୋକଙ୍କ କାମ କରିବା ପାଇଁ ସମର୍ଥନ କରୁନଥିଲେ ଅନନ୍ତ । ବିଜେଡ଼ି ମଧ୍ୟ ଲୋକଙ୍କ କାମ କରିବା ପାଇଁ ସୁଯୋଗ ଦେଉନଥିଲା । ତଳ ସ୍ତରର ଜନ ପ୍ରତିନିଧିଙ୍କ ପ୍ରତି ଉପର ସ୍ତରର ଜନ ପ୍ରତିନିଧିଙ୍କ ସପୋର୍ଟ ନଥିଲା । ଯେଉଁ ଦଳ ଲୋକାଭିମୁଖୀ କାର୍ଯ୍ୟରେ ବାଧା ଦେଉଛି, ସେ ଦଳ ଛାଡ଼ି ଦେବା ଉଚିତ ବୋଲି କହିଲେ ବନ୍ଦିତା । ଯେଉଁମାନେ ଲୋକଙ୍କ କାମକୁ ବିରୋଧ କରୁଛନ୍ତି, ସେ ଦଳକୁ ପ୍ରତ୍ୟାଖିତ କରିଛି । ଆଜି କେହି ମୁର୍ଖ ନୁହନ୍ତି । ଲୋକ ସବୁ ଜାଣିଛନ୍ତି । ଲୋକ ହିଁ ବିଜେପି ସରକାରକୁ ବାଛିଛନ୍ତି ।

ବନ୍ଦିତାଙ୍କ ସହ ଛାତ୍ର ବିଜେଡ଼ିର ଉପ ସଭାପତି ପ୍ରଭୁ ଦତ୍ତ ସାମଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । 

କିଛି ସମୟ ପୂର୍ବରୁ ବିଜେଡି ଛାଡ଼ିଥିଲେ BMCର ୩୭ ନଂ ଓ୍ବାର୍ଡ କର୍ପୋରେଟର ବନ୍ଦିତା ପାଲ । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ ଇସ୍ତଫା ପତ୍ର । କିଛି ରାଜନୈତିକ କାରଣ ଦର୍ଶାଇ ଦଳ ଛାଡିଥିବା ନେଇ ଚିଠିରେ ଉଲ୍ଲେଖ କରିଥିଲେ । ବନ୍ଦିତାଙ୍କ ସ୍ବାମୀ ତଥା ଭୁବନେଶ୍ଵର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଅର୍ଜୁନ ବେହେରା ବିଜେଡି ହାତ ଛାଡିଥିଲେ ।

You Can Read:

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହକି ତାରକା ଅମିତ ରୋହିଦାସ, ଲୋକସେବା ଭବନରେ ଦିଆଗଲା ସମ୍ବର୍ଦ୍ଧନା

 

 


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.