ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହକି ତାରକା ଅମିତ ରୋହିଦାସ, ଲୋକସେବା ଭବନରେ ଦିଆଗଲା ସମ୍ବର୍ଦ୍ଧନା

Published By : Prameya-News7 Bureau | August 16, 2024 IST

ଭୁବନେଶ୍ବର : ଓଡ଼ିଶାରେ ପହଞ୍ଚିବା ପରେ ହକି ତାରକା ଅମିତ ରୋହିଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅମିତ ରୋହିଦାସଙ୍କୁ ସ୍ଵାଗତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅମିତ ଆମ ରାଜ୍ୟର ଗର୍ବ ଏବଂ ଗୌରବ । ସେ ବ୍ୟକ୍ ଟୁ ବ୍ୟକ୍ ଭାବରେ ଦେଶ ପାଇଁ ମେଡାଲ ଆଣିଛନ୍ତି । ଦୁଇ ଥର ଭାରତୀୟ ଦଳକୁ ମେଡାଲ ଜିତେଇବାରେ ସଫଳ ହୋଇଛନ୍ତି । ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବIରରେ ପହଞ୍ଚାଇଛନ୍ତି । ସିଏ ଯେଉଁ ଜର୍ସି ଆମକୁ ଉପହାର ଦେଇଛନ୍ତି ତାହା ଏକ ସାଧାରଣ ଜର୍ସି ନୁହେଁ । ଏହି ଜର୍ସିରେ ସମସ୍ତ ଭାରତୀୟ ହକି ଖେଳାଳିଙ୍କ ଦସ୍ତଖତ ରହିଛି । ଏହା ସନ୍ଦେଶ ଦେଉଛି ଆଗାମୀ ଦିନରେ ଭାରତୀୟ ହକି ଦଳ ଅଲମ୍ପିକ୍‌ରେ ଗୋଲ୍ଡ ମେଡାଲ ଜିତିବ । ରାଜ୍ୟ ସରକାର ୨୦୩୬ ପର୍ଯନ୍ତ ଭାରତୀୟ ହକି ଦଳକୁ ସ୍ପନ୍ସରସିପ୍ ପ୍ରଦାନ କରିଛନ୍ତି । ଆଗକୁ ଯାହା ସହାୟତା ଏବଂ ସହଯୋଗ ଆବଶ୍ୟକ ଆମେ ସମସ୍ତ ସହଯୋଗ ଯୋଗାଇବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସମ୍ବର୍ଦ୍ଧନା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅମିତ ରୋହିଦାସ କହିଛନ୍ତି, ଓଡିଶା ପହଞ୍ଚିକି ଖୁସି ଲାଗୁଛି । ମୁଁ ବି ଚାହୁଁଥିଲି ଓଡିଶା ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି । ଅଲମ୍ପିକରେ ମେଡାଲ ଆସିଛି । ୫୨ ବର୍ଷ ପରେ ରେକର୍ଡ ଆସିଛି । ମୁଖ୍ୟମନ୍ତ୍ରୀ ଯେଉଁ ୪ କୋଟି ଟଙ୍କା ପ୍ରଦାନ କରିବେ ତାହା ଜୁନିୟର ଖେଳାଳିମାନଙ୍କ ମନରେ ଉତ୍ସାହ ଭରିଦେବ । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭାରତୀୟ ଦଳର ଜର୍ସି ପ୍ରଦାନ କରିଛି । ରାଜ୍ୟ ସରକାର ଖେଳାଳୀମାନଙ୍କୁ ଯେଉଁ ଅର୍ଥ ପ୍ରଦାନ କରୁଛନ୍ତି ତାହା ବହୁତ ଭଲ ପଦକ୍ଷପ । ନୂତନ ଖେଳାଳି ଆଗକୁ ବଢ଼ିବାରେ ଏହା ସହାୟକ ହେବ ବୋଲି ଅମିତ କହିଛନ୍ତି । 

You Can Read:

ବିଏମ୍‌ସି ଅଧିନକୁ ଆସିବ ଭୁବନେଶ୍ୱର ଏମ୍‌ସ କ୍ୟାମ୍ପସ, ପରିମଳ ବ୍ୟବସ୍ଥା ଭଲ ରହିବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.