ଆଠଗଡ଼: ବନ୍ଧୁକ, ଅଫୁଟା ଗୁଳି, ଖଣ୍ଡା ଭଳି ମାରଣାସ୍ତ୍ର ଦେଖାଇ ମାଗୁଥିଲେ ଦାଦାବଟି। ଚଳାଇଥିଲେ ରୀତି ମତ ଗୁଣ୍ଡାଗର୍ଦ୍ଦି। ଶେଷରେ ଏଭଳି କାମରେ ଲିପ୍ତ ଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ।
କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ସକ୍ରିୟ ଥିବା ଏକ ଗ୍ୟାଙ୍ଗଷ୍ଟରର ମାଷ୍ଟରମାଇଣ୍ଡ ସମେତ ପାଞ୍ଚ ଜଣକୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚାରୋଟି ବନ୍ଧୁକ, ୬ଟି ଅଫୁଟା ଗୁଳି, ଦୁଇଟି ଖଣ୍ଡା ସମେତ ଚାରୋଟି ମୋବାଇଲ ଫୋନ ଜବତ କରିଛି ତିଗିରିଆ ପୋଲିସ। ଗିରଫ ହୋଇଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଅରୁଣ ନାୟକ ତିଗିରିଆ ଥାନା ଅଞ୍ଚଳର।
ଏନେଇ ତିଗିରିଆ ଥାନାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ। ଏମାନଙ୍କ ବିରୁଦ୍ଧରେ ସଙ୍ଗୀନ ଦଫା ଲଗାଇ କୋର୍ଟ ଚାଲାଣ କରିଛି ତିଗିରିଆ ପୋଲିସ ।