ଭୁବନେଶ୍ବର: ଜେଡ୍ ଇଷ୍ଟେଟର ୯ ଠିକଣାରେ ଇଡି ଚଢ଼ାଉ । ଓଡ଼ିଶା, ଦିଲ୍ଲୀ ଓ ଗୁରୁଗ୍ରାମରେ ଜେଡ୍ ଇଷ୍ଟେଟର ୯ ଠିକଣାରେ ଇଡିର ଚଢ଼ାଉ କରିଛି ଇଡି। ରେଡରୁ ନଗଦ ୧ କୋଟି ୩୯ ଲକ୍ଷ ଟଙ୍କା ବିଭିନ୍ନ ଦସ୍ତାବିଜ ଜବତ କରାଯାଇଥିବା ନେଇ ଏକ୍ସରେ ଇଡିର ସୂଚନା।
ଫେମା ନିୟମର ଉଲ୍ଲଂଘନ ହୋଇଥିବା ଏକ ଘଟଣାର ତଦନ୍ତ ଅନୁଯାୟୀ ଏହି ରେଡ୍ କରାଯାଇଥିବା ନେଇ ଭୁବନେଶ୍ୱର ଇଡି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ରେଡ ସମୟରେ ଇଡି ବିଭିନ୍ନ ଦସ୍ତାବିଜ ସହ ୧.୩୯ କୋଟି ଟଙ୍କା ଜବତ କରିଛି। ରେଡ୍ ହୋଇଥିବା ସ୍ଥାନ ମଧ୍ୟରେ ZEPLର ନିର୍ଦ୍ଦେଶକ ଏବଂ ପ୍ରମୁଖ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଆବାସିକ ପରିସର ଏବଂ ଏହାର ସହଭାଗୀ ସଂସ୍ଥା M/s Z Harshpriya ମଧ୍ୟ ରହିଛି।