ସମୁଦ୍ର କୂଳରେ ବିରାଟକାୟ ସାର୍କ, ଦେଖିବାକୁ ଲୋକଙ୍କ ଭିଡ଼

Published By : Prameya-News7 Bureau | November 25, 2024 IST

ବ୍ରହ୍ମପୁର: ସମୁଦ୍ର କୂଳରେ ବିରାଟକାୟ ସାର୍କ। ଦେଖିବାକୁ ଲୋକଙ୍କ ଭିଡ଼। ସୋମବାର ସୁନପୁର ସମୁଦ୍ର କୂଳରେ ଏକ ବିରାଟକାୟ ସାର୍କ ମାଛ ଦେଖିବାକୁ ମିଳିଛି। ମାଛଟି ଫିସିଂ ବୋଟ ଦ୍ୱାରା ଆହତ ହୋଇ କୂଳରେ ଲାଗିଥିବା ଆଶଙ୍କା କରାଯାଉଛି।

ତେବେ ସମୁଦ୍ରକୂଳରେ ଏଭଳି ବିରାଟ ମାଛ ଖବର ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତାରିତ ହେବା ପରେ, ମାଛଟିକୁ ଦେଖିବାକୁ ଲୋକମାନେ ଭିଡ଼ ଜମାଇଛନ୍ତି। ମାଛଟି ପ୍ରାୟ ୧୫ ଲମ୍ବ ଏବଂ ଏହା ଏକ ବିରଳ ପ୍ରଜାତିର ମାଛ ବୋଲି ଜଣାପଡ଼ିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.