ବ୍ରହ୍ମପୁର: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବହୁ ଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା। ଚୂଡ଼ାନ୍ତ ରାୟ ଶୁଣାଇଲେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍। ଏହି ମାମଲାରେ କୋର୍ଟ ୬ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ୨୨ ଜଣ ସାକ୍ଷୀଙ୍କ ବୟାନ, ପ୍ରମାଣକୁ ଆଧାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି। ଦୁଇ ଜଣ କୋର୍ଟରେ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି କୋର୍ଟ । ସରକାରଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଡା ମୋକଦ୍ଦମା ପରିଚାଳନା କରିଥିଲେ।
ସୂଚନାଥାଉକି, ୨୦୧୯ ମସିହା ଡିସେମ୍ବର ୧୦ ତାରିଖରେ ଅଭିମନ୍ୟୁଙ୍କୁ ହତ୍ୟା କରାଯାଇଥିଲା। ଅଭିମନ୍ୟୁ ନିଜ ଘର ନିକଟରେ ଥିବାବେଳେ ଦୁଇ ଦୁର୍ବୁତ୍ତ ଅତି ନିକଟରୁ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଘଟଣାରେ ପ୍ରତ୍ୟକ୍ଷଦର୍ଶୀ ଭାବେ ମୃତ ଅଭିମନ୍ୟୁଙ୍କ ସ୍ତ୍ରୀ ଘଟଣାର ଅଭିଯୋଗ କରିଥିଲେ। ଟି. ଆଇ ପ୍ୟାରେଡରେ ହତ୍ୟାକାରୀଙ୍କୁ ଚି଼ହ୍ନଟ କରିଥିଲେ। ଆଉ ୫ ବର୍ଷ ଧରି ଚାଲିଥିଲା ଏହି ମାମଲା। ଶେଷରେ ସୋମବାର ଚୂଡାନ୍ତ ରାୟ ପ୍ରକାଶ ପାଇଥିବା ସରକାରୀ ଓକିଲ କହିଛନ୍ତି।