ବିଏମ୍‌ସି ଅଧିନକୁ ଆସିବ ଭୁବନେଶ୍ୱର ଏମ୍‌ସ କ୍ୟାମ୍ପସ, ପରିମଳ ବ୍ୟବସ୍ଥା ଭଲ ରହିବ

Published By : Prameya-News7 Bureau | August 16, 2024 IST

ଭୁବନେଶ୍ବର : ବିଏମ୍‌ସି ଅଧିନକୁ ଆସିବ ଭୁବନେଶ୍ୱର ଏମ୍‌ସ । ବିଏମ୍‌ସି ଅଧିନକୁ ଆସିଲେ ଏମ୍‌ସ ପରିସର ଭିତରେ କ୍ଲିନିଂ, ସୁଇପିଂ, ମେଡ଼ିକାଲ ବର୍ଜ୍ୟବସ୍ତୁ ପରିଚାଳନା, ସୌନ୍ଦର୍ଯ୍ୟକରଣ, ପାର୍କିଂ, ଲାଇଟ୍ ଲଗାଇବା ଦିଗରେ କାମ କରିବ ବିଏମ୍‌ସି । ଏହା ବ୍ୟତୀତ ଏମ୍‌ସ ସମ୍ପ୍ରସାରଣ ପାଇଁ ଆବଶ୍ୟକ ପଡ଼ୁଥିବା ଜମି ଉପରେ ଥିବା ଜବରଦଖଲକୁ ବି ହଟାଇବ । 

ବିଏମସି ସାଧାରଣ ଭାବେ କୌଣସି କାର୍ଯ୍ୟାଳୟର ପରିବେଶକୁ ସଫାସୁତୁରା ରଖିଥାଏ ଠିକ୍ ସେହିପରି କାମ କରିବ । ପୂର୍ବ ସରକାରରେ ଏମ୍‌ସ ନିଜ କ୍ୟାମ୍ପସ ଭିତର କାମ କରୁଥିବା ବେଳେ ବିଏମ୍‌ସି କୌଣସି ପ୍ରକାର ସହାୟତା ପ୍ରଦାନ କରୁନଥିଲା ଯାହା ଏବେ କରିବ । 

ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟ ତିଥିରେ ଯୋଗଦେବା ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଏମ୍‌ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଭୁବନେଶ୍ୱର ଏମ୍‌ସରେ ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ଅପରାହ୍ନ ୩ଟା ବେଳେ ଏନେଇ ଉଚ୍ଚସ୍ତରୀୟ ବୈଠକ ବସିବ ବୋଲି ସୂଚନା ରହିଛି ।


You Can Read:

କୋଲକାତାରେ ଟ୍ରେନି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯାର ପ୍ରତିବାଦ, ଆନ୍ଦୋଳନରେ ବସିଲେ ଭୀମସାର ଡାକ୍ତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.