କୋଲକାତାରେ ଟ୍ରେନି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯାର ପ୍ରତିବାଦ, ଆନ୍ଦୋଳନରେ ବସିଲେ ଭୀମସାର ଡାକ୍ତର

Published By : Prameya-News7 Bureau | August 16, 2024 IST

ସମ୍ବଲପୁର ୧୬।୮: କୋଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଟ୍ରେନି ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ଆନ୍ଦୋଳନରେ ବସିଲେ ଭୀମସାର ଡାକ୍ତର । ଭୀମସାର ଡାକ୍ତରୀ ଛାତ୍ରଛାତ୍ରୀ ଡାକ୍ତରଙ୍କ ସହ ଘଟିଥିବା ଅମାନୁଷିକ କାଣ୍ଡକୁ ଦୃଢ ବିରୋଧ କରିଛନ୍ତି । ଦୋଷୀଙ୍କୁ ଦଣ୍ଡ ଓ ଡାକ୍ତରଙ୍କ ସୁରକ୍ଷା ପାଇଁ ଆଇନ ଆଣିବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଏଥିରେ ଆରଡିଏ, ଜେଡିଏ, ଏଚଏସ, ୟୁଜି ସଂଘର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ।

ସେପଟେ ଏହି ଘଟଣାର ପ୍ରତିବାଦରେ ଇଣ୍ଡିଆନ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ଦେଶବ୍ୟାପୀ ୨୪ ଘଣ୍ଟିଆ କରୁଛି । ସ୍ଵାସ୍ଥ୍ୟ ସେବା ଉପରେ ଏହାର ବଡ଼ ପ୍ରଭାବ ପଡିପାରେ ବୋଲି ଆକଳନ କରାଯାଉଛି ।

ଆଇଏମଏ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ମୋଡେର୍ଣ୍ଣ ମେଡିସିନର ଡାକ୍ତରମାନେ ଅଗଷ୍ଟ ୧୭ ତାରିଖ ସକାଳ ୬ଟାରୁ ଅଗଷ୍ଟ ୧୮ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ । ଏହି ସମୟରେ ରୋଗୀଙ୍କୁ କେବଳ ଜରୁରୀ ସେବା ପ୍ରଦାନ କରାଯିବ । ଟ୍ରେନି ମହିଳା ଡାକ୍ତରଙ୍କ ସହ ହୋଇଥିବା ଏହି ଅମାନବୀୟ ବର୍ବରକାଣ୍ଡକୁ ନେଇ ଜନସାଧାରଣରେ ଆକ୍ରୋଶ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ରାଜଧାନୀ କୋଲାକାତାରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି । ବହୁ ସଂଖ୍ୟାରେ ମହିଳା ରାଜରାସ୍ତାକୁ ଓହ୍ଲାଇ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି ।

ତେବେ ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ସମ୍ବେଦନଶୀଳ ମାମଲାରେ ଏ ପର୍ଯ୍ୟନ୍ତ ୧୨ ଜଣ ଗିରଫ ହୋଇଛନ୍ତି । ଘଟଣାକୁ ନେଇ ବ୍ୟାକଫୁଟ୍‌ରେ ମମତା ବାନାର୍ଜୀଙ୍କ ଟିଏମ୍‌ସି ସରକାର । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇକୁ ମାମଲା  ହସ୍ତାନ୍ତର ହୋଇସାରିଛି । 

You Can Read:

ବିଜେଡି ଛାଡ଼ିଲେ BMC କର୍ପୋରେଟର ବନ୍ଦିତା ପାଲ୍, ସ୍ବାମୀ ବି ଦଳକୁ କଲେ ବାଏ ବାଏ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.