ବଡ଼ ଭଉଣୀ ଶବ ସତ୍କାର ପାଇଁ ଯାଇଥିଲେ, ଫେରିବା ବାଟରେ ଚାଲିଗଲା ସାନ ଭଉଣୀର ଜୀବନ
ଆନନ୍ଦପୁର: ବଡ଼ ଭଉଣୀର ମୃତ୍ୟୁ ଖବର ପାଇଁ ଶେଷ ଦର୍ଶନ କରିବାକୁ ଆସିଥିଲେ ସାନ ଭଉଣୀ। ହେଲେ କ୍ରିୟା କର୍ମ ସାରି ଫେରିବା ବାଟରେ ବାଇକରୁ ପଡ଼ି ଚାଲିଗଲା ସାନ ଭଉଣୀର ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ । ମୃତକ ରାମଚନ୍ଦ୍ରପୁର ଥାନା ଜରଦା ଗାଁର ମଞ୍ଜୁଲତା ଜେନା ନିଜ ବଡ଼ ଭଉଣୀଙ୍କ ମୃତ୍ୟୁ ଖବର ପାଇ ନନ୍ଦିପଦା ଥାନା ମୁଗୁପୁର ସ୍ଥିତ ତାଙ୍କ ଘରେ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ।
ହେଲେ କ୍ରିୟା କର୍ମ ସାରି ନିଜ ପୁଅ ସହ ବାଇକରେ ଫେରୁଥିବାବେଳେ ୨୦ ନଂ ଜାତୀୟ ରାଜପଥରର ଶାଳପଡ଼ା ଓଭର ବ୍ରିଜ୍ ଠାରେ ଏକ ହମ୍ସ ଅତିକ୍ରମ କରିବା ସମୟରେ ବାଇକରୁ ଖସିପଡ଼ିଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ତୁରନ୍ତ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେପଟେ ମୃତକଙ୍କ ସମ୍ପର୍କୀୟଙ୍କ ଅଭିଯୋଗ, ରାସ୍ତାରେ ହମ୍ପ୍ସ ଥିବାର କୌଣସି ସୂଚନା ଫଳକ ନଥିଲା। ଫଳରେ ହଠାତ୍ ହମ୍ପ୍ସରେ ଗାଡ଼ି ଚଢ଼ିଯିବାରୁ ମହିଳା ଜଣକ ପଡ଼ିଯାଇଥିଲେ। ଆଉ ଗୁରୁତର ହୋଇଥିଲେ ।