ଅଖା ବସ୍ତାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପୋଲିସର ଛାନ୍‌ଭିନ୍‌

Published By : Prameya-News7 Bureau | October 25, 2024 IST

BREAKING NEWS

ଝାରସୁଗୁଡା ୨୫/ ୧୦: ଅଖା ବସ୍ତାରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମିଳିନି ପରିଚୟ । ପୋଲିସର ଛାନ୍‌ଭିନ୍‌। ଝାରସୁଗୁଡା MCL ଲଖନପୁର ଖଣି କ୍ଷେତ୍ରର ବିଓସିଏମ୍ ସାଇଡିଂ ନମ୍ବର-୩କୁ ଆସିଥିବା ରେଳ ୱାଗନରୁ ମହିଳାଙ୍କ ମୃତଦେହ ଥିବା ଅଖା ମିଳିଛି । ଛତିଶଗଡ ଅଗରତାଲାରୁ କୋଇଲା ନେବା ପାଇଁ ଏହି ରେଳ ୱାଗନଟି ଆସିଥିଲା । ତେବେ ମହିଳା ଜଣକ କିଏ ପରିଚୟ ମିଳିପାରିନି । ତାଙ୍କୁ କେହି ହତ୍ୟା କରି ପ୍ରମାଣ ଲୁଚାଇବାକୁ ଏମିତି କରିଥିବା ସ୍ପଷ୍ଟ ଜଣାପଡୁଛି । ଘଟଣାସ୍ଥଳରେ ଝାରସୁଗୁଡା ପୋଲିସ ଓ ରେଲୱେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି । ମହିଳାଙ୍କ ପରିଚୟ ମିଳିବା ପରେ ସବୁକିଛି ଜଣାପଡିବ । 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.