ବେଙ୍ଗାଲୁରୁ ୨୦।୧୧: ଭାରତୀୟ ସଡ଼କରେ ୯୦ ଦଶକରେ ରାଜ କରିଥିବା ୟାମାହା ଆରଏକ୍ସ-୧୦୦ ପୁଣି ଫେରୁଛି। ସବୁ ବୟସର ଲୋକଙ୍କ ପସନ୍ଦ ଏହି ବାଇକ ସଡ଼କରେ ପୁଣି ଗର୍ଜିବ। କମ୍ପାନୀ ପୂର୍ବରୁ ରିଲଞ୍ଚ ସମ୍ପର୍କରେ ଘୋଷଣା କରିସାରିଥିଲେ। ଏବେ ରି ଲଞ୍ଚର ତାରିଖ ଘୋଷଣା କରିଛନ୍ତି। ଏବେ ଏହି ବାଇକର ଅନରୋଡ ପ୍ରାଇସ୍ କଣ ହେବ ସେ ନେଇ କଳ୍ପନାଜଳ୍ପନା ଚାଲିଛି। ଏହି ମୋଟର ସାଇକେଲକୁ କିଛି ସମୟ ପୂର୍ବରୁ ଭାରତୀୟ ବଜାରରେ ବନ୍ଦ କରିଦିଆଯାଇଥିଲା। ଏବେ କମ୍ପାନୀ ନୂଆ ଫିଚର ସହିତ ଲଞ୍ଚ କରିବାକୁ ଯାଉଛି।
ନୂଆ ୟାମାହା ଆରଏକ୍ସ-୧୦୦ର ମୂଲ୍ୟ ଓ ଫିଚର ସମ୍ପର୍କରେ ଜଣାପଡିଗଲାଣି। ଏଥିରେ ଏବେ ଗ୍ରାହକ ଏକ ଦମଦାର ଇଞ୍ଜିନ ସାଙ୍ଗକୁ ଭଲ ମାଇଲେଜ ବି ପାଇବେ। ବାଇକ୍ ର ଫିଚର ସମ୍ପର୍କରେ କୁହାଗଲେ ଏଥିରେ ସବୁ ନୂଆ ଓ ଆଧୁନିକ ଫିଚର ମିଳିବ। ଏହି ବାଇକ୍ ରେ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ସହିତ ବ୍ଲୁଟୁଥ କନେକ୍ଟିଭିଟି, ଡିଜିଟାଲ ସ୍ପିଡୋ ମିଟର, ଅଡୋମିଟର, ଫ୍ୟୁଲଗେଜ୍, ଏଲଇଡି ଟେଲ ଲାଇଟ୍ ଓ ଏଲଇଡି ହେଡଲାଇଟ ଆଦି ଆଡଭାନ୍ସ ଫିଚର ରହିବ।
ସେହିପରି ଇଞ୍ଜିନ ଓ ମାଇଲେଜ କଥା କହିବାକୁ ଗଲେ ନୂଆ ୟାମାହା ଆରଏକ୍ସ-୧୦୦ ବାଇକ୍ ରେ ପୁରୁଣା ମଡେଲ ଅପେକ୍ଷା ଅଧିକ ପାୱାରଫୁଲ ୧୦୦ ସିସିର ଡବଲ ସିଲିଣ୍ଡର ଇଞ୍ଜିନ ମିଳିବ। ଏହି ପାୱାରଫୁଲ ଇଞ୍ଜିନ ଏୟାରକୁଲର ସିଷ୍ଟମ ସହିତ ଆସିବ ଯାହା ଅଧିକତମ ୫୦ ସିସି ୭୭ଏନଏମ୍ ଟର୍କ ଦେବ। ମାଇଲେଜ କଥା କହିଲେ ଏହା ପେଟ୍ରୋଲ ଲିଟର ପିଛା ୮୦ କିଲୋମିଟର ଦୌଡିବ। ୟାମାହା ଆରଏକ୍ସ-୧୦୦ ଏବେ ଭାରତୀୟ ବଜାରରେ ଲଞ୍ଚ ହୋଇ ନାହିଁ। ଏଣୁ ଏହାର ପ୍ରାଇସ୍ ଜଣାପଡି ନାହିଁ।
କମ୍ପାନୀ ସୂଚନା ଅନୁସାରେ ୧୪ ଜାନୁୟାରୀ ମକରସଂକ୍ରାନ୍ତି ଅବସରରେ ନୂଆ ୟାମାହା ଆରଏକ୍ସ-୧୦୦ ବାଇକ୍ ର ଅଧିକାରୀକ ଲଞ୍ଚ ହେବ। ଏହି ନୂଆ ବାଇକର ମୂଲ୍ୟ ସମ୍ପର୍କରେ ସ୍ପଷ୍ଟ ସୂଚନା ନଥିଲେ ସୁଧା ଆଶା କରାଯାଉଛି ଏହି ବାଇକ୍ କୁ ଭାରତୀୟ ବଜାରରେ ୧.୨୫ଲକ୍ଷରୁ ୧.୫୦ଲକ୍ଷ ଟଙ୍କା ମଧ୍ୟରେ ଲଞ୍ଚ କରାଯାଇ ପାରେ।