ଟେଷ୍ଟ କ୍ରିକେଟରେ ଜୟସ୍ୱାଲ୍ ଧମାକା, ସୃଷ୍ଟି କଲେ ନୂଆ ରେକର୍ଡ

Published By : Prameya-News7 Bureau | September 19, 2024 IST

ନୂଆଦିଲ୍ଲୀ ୧୯/୦୯: ଭାରତର ଯୁବ କ୍ରିକେଟର ଯଶସ୍ୱୀ ଜୟସ୍ୱାଲ୍ । ଟେଷ୍ଟ କ୍ରିକେଟରେ ରଚିଛନ୍ତି ନୂଆ କୀର୍ତ୍ତିମାନ । ୨୦୨୪ ମସିହାରେ ଟେଷ୍ଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଜୟସ୍ୱାଲ୍ ହୋଇଛନ୍ତି ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ରେ ବ୍ୟାଟିଂ କରୁଥିବାବେଳେ ଜୟସ୍ୱାଲ୍ ଏହି ରେକର୍ଡ କରିଛନ୍ତି । 

ଜୟସ୍ୱାଲ୍ କାମିଣ୍ଡୁ ମେଣ୍ଡିସଙ୍କୁ ପଛକୁ ରହି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ବର୍ତ୍ତମାନ କେବଳ ଜୋ ରୁଟ୍ ଜୟସ୍ୱାଲ୍‌ଙ୍କଠାରୁ ଆଗରେ ଅଛନ୍ତି । ରୁଟ୍ ୨୦୨୪ ମସିହାରେ ଟେଷ୍ଟରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ରୁଟ୍ ୨୦୨୪ ବର୍ଷରେ ଏପର୍ଯ୍ୟନ୍ତ ୧୧ ଟି ମ୍ୟାଚ୍‌ରେ ୯୮୬ ରନ୍ ସଂଗ୍ରହ କରିଛନ୍ତି । ଏଥି ସହିତ ଜୟସ୍ୱାଲ ଏପର୍ଯ୍ୟନ୍ତ ୭ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ଏବଂ ୭୬୪ରୁ ଅଧିକ ରନ୍ ସ୍କୋର କରିବାରେ ସଫଳ ହୋଇଛନ୍ତି । 

୨୦୨୪ ମସିହାରେ ଶ୍ରୀଲଙ୍କାର କାମିଣ୍ଡୁ ମେଣ୍ଡିସ୍ ୬ଟି ଟେଷ୍ଟରେ ୭୪୮ ରନ୍ ସଂଗ୍ରହ କରିଛନ୍ତି । ଏଥି ସହିତ ଜୟସ୍ୱାଲ୍ ହେଉଛନ୍ତି ସେହି ବ୍ୟାଟ୍ସମ୍ୟାନ୍ ଯିଏ କି ୨୦୨୪ ମସିହାରେ ଭାରତ ପାଇଁ ଟେଷ୍ଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ତାଙ୍କ ପଛରେ ଶୁଭମାନ ଗିଲ ଅଛନ୍ତି । ୨୦୨୪ ମସିହାରେ ଗିଲ୍ ଟେଷ୍ଟରେ ୪୯୮ ରନ୍ ସ୍କୋର କରିଛନ୍ତି । ଏହା ବ୍ୟତୀତ ରୋହିତ ଶର୍ମା ୪୬୧ ରନ୍ ସଂଗ୍ରହ କରିଛନ୍ତି ।  

ସୂଚନା ଥାଉିକି, ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଚିପକ୍‌ରେ ଖେଳାଯାଉଛି । ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦ୍ରୁତ ବୋଲର ଆକାଶ ଦୀପଙ୍କୁ ତୃତୀୟ ଦ୍ରୁତ ବୋଲର ଭାବରେ ସିଲେକ୍ଟ ହୋଇଛନ୍ତି । ଭାରତ ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ଟେବୁଲର ଶୀର୍ଷରେ ଥିବାବେଳେ ବାଂଲାଦେଶ ଚତୁର୍ଥ ସ୍ଥାନରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.