ପାଟଣାରେ ଅଭାବନୀୟ ! ଯୁବକଙ୍କୁ ମାଡ଼ ମାରିଲେ, ଉଲଗ୍ନ କରି ଚଲାଇଲେ

Published By : Prameya-News7 Bureau | October 28, 2024 IST

NEWS UPDATE

ପାଟଣା: ପରକୀୟା ପ୍ରୀତିକୁ ନେଇ ମାଡ଼ ଯୁବକଙ୍କୁ ମାଡ଼। ଖାଲି ମାଡ଼ ନୁହେଁ ଯୁବକଙ୍କୁ ଉଲଗ୍ନ କରି ଆଣ୍ଠେଇ ଆଣ୍ଠେଇ ଚଲାଇଲେ । ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣା ଥାନା ଅଞ୍ଚଳ ମଙ୍ଗଳପୁର ଗାଁ ପାଟନାଳି ସାହିରେ । ଯୁବକ ଘଟଗାଁ ଥାନା ନାକଝରୀ ଗ୍ରାମର କାହ୍ନୁ ଚରଣ ପାତ୍ର ଓରଫ କାହ୍ନା। ତାଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, କାହ୍ନା ଉକ୍ତ ଗାଁର ଜଣେ ବିବାହିତ ମହିଳାଙ୍କ ସହ ସମ୍ପର୍କ ରଖିବା ସହ ମହିଳାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ଏମିତିକି କିଛିଦିନ ପୂର୍ବେ ମହିଳାଙ୍କୁ ଧରି କେଉଁଆଡ଼େ ପଳାଇ ଯାଇଥିବା ନେଇ ପାଟଣା ଥାନରେ ଅଭିଯୋଗ ହୋଇଥିଲା। 

ତେବେ ପରବର୍ତ୍ତୀ ଅବସ୍ଥାରେ ମହିଳା ଜଣଙ୍କୁ ପରିବାର ଲୋକେ ବେଙ୍ଗାଲୁରୁରୁ ଉଧାର କରିଥିଲେ। ହେଲେ ମହିଳା ଗାଁକୁ ଆସିବା ପରେ ପୁଣି ଥରେ କାହ୍ନା ମଧ୍ୟ ଗାଁ ଆସିଥିଲେ ଆଉ ଏହି ସମୟରେ ତାଙ୍କୁ ମହିଳାଙ୍କ ସମ୍ପର୍କୀୟ ଧରି ପକାଇ ମାଡ଼ ମାରିବା ସହ ଏଭଳି ଭାବରେ ଆଣ୍ଠେଇ ଚଲାଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ କେଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.