ଚୋରି କରିବାକୁ ଆସି ବନ୍ଧା ହେଲେ, ଗ୍ରାମବାସୀଙ୍କଠୁ ଛେଚା ଖାଇଲେ ଯୁବକ

Published By : Prameya-News7 Bureau | April 18, 2025 IST

କୋରାପୁଟ ୧ଚୋରି କରିବାକୁ ଆସି ବନ୍ଧା ହେଲେ । ଗ୍ରାମବାସୀଙ୍କଠୁ ଛେଚା ଖାଇଲେ ଯୁବକ । କୋରାପୁଟ ବ୍ଲକ୍ ମସ୍ତିପୁଟ ପଞ୍ଚାୟତ ରୁଣ୍ଡିଆମ୍ବ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ଗୁରୁବାର ମଧ୍ୟରାତିରେ ଚୋରି କରିବାକୁ ଆସିଥିଲେ ତିନି ଯୁବକ । ଗାଁ ମୁଣ୍ଡରେ ଥିବା ଦୋକାନର ତାଲା ଭାଙ୍ଗୁଥିବା ବେଳେ ଦେଖିଥିଲେ ଗ୍ରାମବାସୀ । ଧରାପଡ଼ିବା ଭୟରେ ବାଇକ୍ ଛାଡି ଦୌଡ଼ିବାକୁ ଲାଗିଲେ । ଗ୍ରାମବାସୀ ଘେରିଯାଇ ଜଣେ ଯୁବକକୁ ବାନ୍ଧିଥିଲେ । ଅନ୍ୟ ଦୁଇ ଜଣ ଚମ୍ପଟ ମାରିଥିଲେ । ନିୟମିତ ନିକଟସ୍ଥ ବିଭିନ୍ନ ଗାଁରେ ଛେଳି ଚୋରି ହେଉଥିବା ବେଳେ ଚୋରି କରିବାକୁ ଆସିଥିବା ଯୁବକକୁ ବାନ୍ଧି ଗ୍ରାମବାସୀ ଉତ୍ତମ ମଧ୍ୟମ ଦେଇଛନ୍ତି । 

ପଚରାଉଚରା କରିବାରୁ ଅଟକ ଯୁବକ ଲକ୍ଷ୍ମୀପୁର ଅଞ୍ଚଳର ରାଜକୁମାର ସାଗର ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଛି । ଶୁକ୍ରବାର ସକାଳୁ ପୋଲିସକୁ ଖବର ଦେବାରୁ ସଦର ଥାନା ପୋଲିସ ପହଞ୍ଚି ଯୁବକକୁ ଉଦ୍ଧାର କରିବା ସହ ଗୋଟିଏ ବାଇକ୍ ଏବଂ ଚୋରି ସାମଗ୍ରୀ ଜବତ କରିଛି ପୋଲିସ । ତେବେ ଚୋରି କରିବାକୁ ଆସିଥିବା ବାଇକ୍‌ରେ ଜରି ବସ୍ତା, ଧାରୁଆ ଅସ୍ତ୍ର ଦେଖି ଏହିମାନେ ଗତ ଦିନରେ ଛେଳି ଚୋରି କରୁଥିବା ସନ୍ଦେହ କରିଛନ୍ତି ଗ୍ରାମବାସୀ ।

You Can Read:

ଦିନରେ ସୃଷ୍ଟି ହେଲା ରାତିର ଭ୍ରମ, ଟ୍ୱିନସିଟିରେ କାଳବୈଶାଖୀ ବର୍ଷା ନିର୍ଧୁମ ଛେଚିଲା


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.