ହୋଇପାରିଲାନି ବାବା ଆଖଣ୍ଡଳମଣୀଙ୍କ ଦର୍ଶନ, ଶିବ ଗଙ୍ଗା ପୁଷ୍କରିଣୀରେ ବୁଡ଼ି ଚାଲିଗଲା ଜୀବନ

Published By : Prameya-News7 Bureau | May 25, 2025 IST

ଚାନ୍ଦବାଲି ୨୫।୫: ଅଧା ରହିଗଲା ଦର୍ଶନ । ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କରିବା ପୂର୍ବରୁ ଚାଲିଗଲା ଜୀବନ । ଶିବ ଗଙ୍ଗା ପୁଷ୍କରିଣୀରେ ଗାଧୋଇବା ବେଳେ ଘଟିଲା ଅଘଟଣ । ମୃତ ଯୁବକ ଜଣଙ୍କ ଧାମନଗର ଥାନା ଦୋବଲ ସୋହଡା ସାଶନର ଦେବବ୍ରତ ମିଶ୍ର । ଭଦ୍ରକ ଜିଲ୍ଲା ଆରଡ଼ି ପୀଠରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ଦୁଇଟି ବାଇକ୍‌ରେ ୪ ଜଣ ସାଙ୍ଗ ରବିବାର ସକାଳୁ ସକାଳୁ ଭଦ୍ରକରୁ ଆରଡ଼ି ଆସିଥିଲେ । ଆରଡ଼ିରେ ପହଞ୍ଚିବା ପରେ ପୀଠରେ ଥିବା ଶିବ ଗଙ୍ଗା ପୁଷ୍କରିଣୀରେ ଗାଧୋଇଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଗାଧୋଇବା ବେଳେ ଦୁଇ ଜଣ ସାଙ୍ଗ ଦେବବ୍ରତ ମିଶ୍ର ଓ ଅନ୍ୟ ଜଣେ ସାଙ୍ଗ ପାଣିରେ ବୁଡି ଯାଇଥିଲେ । ଦୁଇ ଜଣଙ୍କୁ ସ୍ଥାନୀୟ ଲୋକ ଏବଂ ତାଙ୍କ ସାଙ୍ଗ ଉଦ୍ଧାର କରି ଆରଡ଼ି ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଦେବବ୍ରତଙ୍କ ମୃତ୍ୟୁ ଘଟିଥିଲା । 

ଦେବବ୍ରତ ବାପା-ମା’ଙ୍କର ଗୋଟିଏ ପୁଅ । ସେ ଭଦ୍ରକରେ ରହି ବିସିଏ ପଢୁଥିଲେ । ଆରଡ଼ି ଫାଣ୍ଡି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

You Can Read:

ସମ୍ବଲପୁର ଚିଡିଆଖାନା ହେବ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ, ଆଗାମୀ ୩ ମାସରେ ସହରରେ ଲାଗିବ ଲକ୍ଷେରୁ ଅଧିକ ଗଛ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.