ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଚାରି ଦିନିଆ ଚୀନ ଗସ୍ତରୁ ସ୍ୱଦେଶ ଫେରିଛନ୍ତି । ସି ଜିନପିଙ୍ଗ ସହ ବୈଠକ କରିବା ପରେ ସେ ଚୀନରେ ଏକ ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ ଯେ ଭାରତର ସାତ ରାଜ୍ୟ ଲ୍ୟାଣ୍ଡଲକ୍ (ଭୂମି ଦ୍ୱାରା ଆବଦ୍ଧ) ଏବଂ ସମୁଦ୍ର ସହ ଏହାର କୌଣସି ସମ୍ପର୍କ ନାହିଁ, ତେଣୁ ସେହି କ୍ଷେତ୍ରର ସମୁଦ୍ରର ପ୍ରକୃତ ସଂରକ୍ଷକ ହେଉଛି ତାଙ୍କ ଦେଶ । ଏହି ଦୃଷ୍ଟିରୁ ଚୀନକୁ ସେହି କ୍ଷେତ୍ରରେ ବିକାଶ ପରିଯୋଜନା ଆରମ୍ଭ ପାଇଁ ଆମନ୍ତ୍ରିତ କରୁଛୁ ।
ମହମ୍ମଦ ୟୁନୁସଙ୍କ ଦ୍ୱାରା ଚୀନରେ ଦିଆଯାଇଥିବା ଏକ ବୟାନ ବେଶ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ସେ କହୁଛନ୍ତି ଯେ ଢାକା ଏହି କ୍ଷେତ୍ରରେ ‘ସମୁଦ୍ରର ଏକମାତ୍ର ସଂରକ୍ଷକ’ । ଭାରତର ସାତ ରାଜ୍ୟ, ଭାରତର ପୂର୍ବ ଭାଗ, ଯାହାଙ୍କୁ ସାତ ଭଉଣୀ କୁହାଯାଉଛି...ସେମାନେ ଭୂମି ଦ୍ୱାରା ଘେରି ରହିଛନ୍ତି, ଭାରତର ଭୂମି ଦ୍ୱାରା ଘେରି ହୋଇ ରହିଥିବା ଅଞ୍ଚଳ । ସମୁଦ୍ର ନିକଟରେ ପହଞ୍ଚିବାକୁ ସେମାନଙ୍କ ପାଖରେ କୌଣସି ରାସ୍ତା ନାହିଁ । ସେ ଦାବି କରିଛନ୍ତି ଯେ ବାଂଲାଦେଶ ହିଁ ସମୁଦ୍ରର ସଂରକ୍ଷକ, ଏଥିପାଇଁ ଚୀନକୁ ଏହି କ୍ଷେତ୍ରରେ ବିକାଶମୁଖୀ କାର୍ଯ୍ୟ କରିବା ପାଇଁ ଆମନ୍ତ୍ରଣ କରିଛୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ ଏକ୍ସରେ ଭିଡିଓ ସେୟାର କରି ଲେଖିଛନ୍ତି, ଏହା କୌତୁହଳର ବିଷୟ ଯେ ୟୁନୁସ ଚୀନକୁ ଏହି ଆଧାରରେ ସାର୍ବଜନୀନ ଅପିଲ୍ କରୁଛନ୍ତି ଯେ ଭାରତର ୭ ରାଜ୍ୟ ଚାରିପଟୁ ଭୂମି ଦ୍ୱାରା ଘେରି ରହିଛନ୍ତି । ବାଂଲାଦେଶରେ ଚୀନ ନିବେଶକୁ ସ୍ୱାଗତ, କିନ୍ତୁ ୭ ଭାରତୀୟ ରାଜ୍ୟର ଚାରି ପଟେ ଭୂମି ରହିବାର ଅର୍ଥ କଣ ?
Interesting that Yunus is making a public appeal to the Chinese on the basis that 7 states in India are land-locked. China is welcome to invest in Bangladesh, but what exactly is the significance of 7 Indian states being landlocked? https://t.co/JHQAdIzI9s
— Sanjeev Sanyal (@sanjeevsanyal) March 31, 2025