୨୦୦୦ କୋଟି ଟଙ୍କାର ହେରଫେର ରିପୋର୍ଟକୁ ଖଣ୍ଡନ କଲା ZEE, ସେବିର ଅଭିଯୋଗକୁ କହିଲା ମିଛ

Published By : Prameya-News7 Bureau | February 21, 2024 IST

ନୂଆଦିଲ୍ଲୀ:  ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ (ZEEL) ବୁଧବାର କମ୍ପାନି ବିରୋଧରେ ଆସିଥିବା ଅର୍ଥ ହେରଫେର ଅଭିଯୋଗକୁ ଖଣ୍ଡନ କରିଛି । ରିପୋର୍ଟରେ ଦାବି କରାଯାଇଥିଲା ଯେ କମ୍ପାନି ନିଜ ଆକାଉଣ୍ଟରୁ ପ୍ରାୟ ୨ ହଜାର କୋଟି ଟଙ୍କାର ଫଣ୍ଡ୍ ଡାଇଭର୍ଜନ କରିଥିବା ବଜାର ନିୟାମକ ସେବି ଜାଣିବାକୁ ପାଇଛି ।

ରିପୋର୍ଟ ଅନୁସାରେ କମ୍ପାନି କହିଛି, ‘ZEEରେ ଆକାଉଣ୍ଟିଂ ପ୍ରସଙ୍ଗ ସହ ଜଡ଼ିତ ରିପୋର୍ଟ ଏବଂ ଅପପ୍ରଚାର "ଭୁଲ ଏବଂ ସମ୍ପୂର୍ଣ୍ଣ ମିଛ" । ଆମେ ସେବି ଦ୍ୱାରା ଅନୁରୋଧ କରାଯାଇଥିବା ସମସ୍ତ ଟିପ୍ପଣୀ ପ୍ରଦାନ କରିବା ପ୍ରକ୍ରିୟାରେ ଅଛି ଏବଂ ଆମେ ସମସ୍ତ ଦିଗରେ ସହଯୋଗ କରୁଛୁ’।

ପଢନ୍ତୁ: ମିଛ ଦାବିରେ ୧୭ ଗୁଣା ବଢାଇଲେ ସେୟାର ଦର, ୨୪ କୋଟି ଲାଭ କରି ଚମ୍ପଟ ମାରିଲେ ପ୍ରମୋଟର, ଏବେ ଚୁଟି ଧରିଛନ୍ତି SEBI

ବଜାର ନିୟାମକ ସେବି ନିଜ ତଦନ୍ତରେ ଖୁଲାସା କରିଛି ଯେ କମ୍ପାନିରେ ପ୍ରାୟ ୨୪୦ ମିଲିୟନ ଡଲାର (ପ୍ରାୟ ୨୦୦୦ କୋଟି) ରାଶି ଡାଇଭର୍ଜନ ହୋଇଛି । ନ୍ୟୁଜ୍ ଏଜେନ୍ସି ବ୍ଲୁମବର୍ଗର ରିପୋର୍ଟରେ ଏହା ସାମନାକୁ ଆସିଥିଲା । ରିପୋର୍ଟ ଅନୁସାରେ ସେବି ଜି ପ୍ରତିଷ୍ଠାତାଙ୍କ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ ପ୍ରାୟ ୨୦୦୦ କୋଟି ଟଙ୍କାର ରାଶିକୁ ଏହି କମ୍ପାନିରୁ ଡାଇଭର୍ଟ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ତଦନ୍ତ ଆରମ୍ଭ ବେଳେ ଏତେ ବଡ଼ ରାଶି ନେଇ ଅନୁମାନ ନଥିଲା, ଏହି ରାଶି ସେବିର ଅନୁମାନଠାରୁ ପ୍ରାୟ ୧୦ ଗୁଣା ଅଧିକ । ବିଭିନ୍ନ ମିଡିଆ ରିପୋର୍ଟରେ ଏହି ତଥ୍ୟ ସାମନାକୁ ଆସିଛି । ତେବେ ଏନେଇ ସେବି ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ସାମନାକୁ ଆସି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.