କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍ ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଉଁଶୂଳି ଗ୍ରାମର ନେତାଜୀ ବିକାଶ କମିଟି ଆନୁକୁଲ୍ୟରେ ଉଦଘାଟିତ ହୋଇଯାଇଛି ୨୪ ତମ ଜାତୀୟ ସ୍ତରୀୟ ୧୬ ଦଳୀୟ ବିଶିଷ୍ଟ କ୍ରିକେଟ୍ ପ୍ରିମିୟମ ଲିଗ୍ । ଉଦଘାଟନୀ ଦିବସର ପ୍ରଥମ ମ୍ୟାଚ୍ ବାଲେଶ୍ବର ଏବଂ ଯାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ, ଏଥିରେ ଯାଜପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୫ ୱିକେଟ୍ ହରାଇ ୧୭୫ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।
ସେହିଭଳି ବିପକ୍ଷ ଦଳ ବାଲେଶ୍ବର ୧୭୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୧.୨ ଓଭରରେ ୯୬ ରନ୍ ସଂଗ୍ରହ କରି ଅଲଆଉଟ ହୋଇଥିଲା। ଫଳରେ ଯାଜପୁର ୮୦ ରନରେ ବିଜୟ ହୋଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛି । ବିଜୟୀ ଦଳ ପକ୍ଷରୁ ଗୋବିନ୍ଦ ବାବୁ ୩୯ ବଲ୍ ଖେଳି ୮୯ ରନ୍ କରିଥିବାରୁ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
ଉଦ୍ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପାରାଦ୍ଵୀପ ଇଫ୍କୋ କମ୍ପାନୀ ନିର୍ଦ୍ଦେଶ ପ୍ରସନ୍ନ କୁମାର ବେଉରା ଯୋଗ ଦେଇ ଖେଳର ଏବଂ ଖେଳାଳିଙ୍କ ବିକାଶ ସଂପର୍କରେ ଉଦବୋଧନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ଜିଲ୍ଲା ବିଜେପି ଉପସଭାପତି ଗୋପ ରାମ, ଗଣେଶ୍ଵର ମହାନ୍ତ, ବିଜେପି ସଦର ନିର୍ବାଚନ ମଣ୍ଡଳୀ ସଂଯୋଜକ ବିବେକାନନ୍ଦ ମହାନ୍ତ, ପୂର୍ବତନ ଜିଲ୍ଲା ପରିଷଦ ତଥା ଜିଲ୍ଲା ବିଜେପି ସଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଲକ୍ଷ୍ମଣ ରାଉତ,ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ଅନିଦ୍ୟ ବେହେରା, ସାମାଜିକ କର୍ମୀ ଅଞ୍ଜନ ବେଜ୍, ସୁଶାନ୍ତ ବାରିକ ଯୋଗ ଦେଇ ଖେଳକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ।
ଖେଳରେ ଅମ୍ପାୟର ଦିବ୍ୟରଞ୍ଜ ରଣା, ସୁଶାନ୍ତ କୁମାର ପଣ୍ଡା ଖେଳ ପରିଚାଳନା କରିଥଲେ। ଓଡ଼ିଆ ହିନ୍ଦୀ ଭାଷାରେ ଜାଫୁଲା ଆନସାରୀ, ଗୋଲକ ମହାନ୍ତଙ୍କ ଦ୍ଵାରା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ, ସ୍କୋରର ଭାବେ ତରିଣୀ ସେନ ଲୋହର, ନବୀନ ଆରୁକ୍ କମିଟି ସଭାପତି ଜଗନ୍ନାଥ ମୋଦୀ, ସଂପାଦକ ବିଶ୍ଵନାଥ ମହାନ୍ତ, ସମେତ ନେତାଜୀ ବିକାଶ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ଟୁର୍ଣ୍ଣାମେଣ୍ଟ ଜାରି ରହିଛି।