ନୀଳଗିରି ଷ୍ଟାଡିୟମରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଡିଉଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଉଦଘାଟନୀ ମ୍ୟାଚରେ ସୂର୍ଯ୍ୟଶିଖା ବିଜୟୀ

Published By : Prameya-News7 Bureau | December 23, 2024 IST

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଛି ରାଜ୍ୟସ୍ତରୀୟ ଡିଉଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୋଟ ୮ଟି ଟିମ୍ ଅଂଶଗ୍ରହଣ କରିଛି।

ମୁଖ୍ୟ ଅତିଥି ଭାବେ ନୀଳଗିରି ଏନଏସି ଅଧ୍ୟକ୍ଷ ମହେନ୍ଦ୍ରନାଥ ବେହେରା, ସମ୍ମାନ୍ନିତ ଅତିଥିଭାବେ ସମାଜସେବୀ ରଞ୍ଜନା ଦେବୀ ଓ କଳ୍ପନା ଦେବୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉଦଘାଟନ ମ୍ୟାଚରେ ପ୍ରଥମେ ଟସ ଜିତି ଭଦ୍ରକର ସୂର୍ଯ୍ୟସିଖା ଦଳ ବାଲେଶ୍ୱର ୟୁଏଣ୍ଡମି ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।

ତେବେ ବାଲେଶ୍ଵର ୟୁଏଣ୍ଡମି ଦଳ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୪୧ ରନ କରିବାରେ ସଫଳ ହୋଇଥିଲେ । ସେହିଭଳି ସୂର୍ଯ୍ୟଶିଖା ଦଳ ୧୮.୩ ବଲରେ ୧୪୩ ରନ କରି ବିଜୟୀ ହୋଇଥିଲା। ସୁର୍ଯ୍ୟଶିଖା ଦଳ ୯ଟି ଚୌକା, ୪ଟି ଛକାମାରି ୫୦ ବଲରୁ ଅପରାଜିତ ରହି ଦ୍ରୁତ ୮୨ ରନ କରି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆକାଶ ମହାପାତ୍ରଙ୍କୁ ମ୍ୟାନ ଅଫ ମ୍ୟାଚ ଘୋଷଣା କରାଯାଇଥିଲା।

ଏହି ମ୍ୟାଚକୁ ଏଲ.କେ. ନନ୍ଦ ଓ ପ୍ରାଣନାଥ ଜେନ ପରିଚାଳନା କରିଥିବା ବେଳେ ଏସ.ବି.ସିମରନ, ମଦନମୋହନ ବେହେରା, ଆକ୍ରମ ଖାଁ ଧାରା ବିବରଣୀ ପ୍ରଦାନ କରିଥିଲେ। ମଙ୍ଗଳବାର ବାରିପଦା ଡିଆରକେ ସହିତ ବାଲେଶ୍ୱର ଆଦର୍ଶ କ୍ଳବ, ୨୫ ତାରିଖରେ କଟକ ୟୁନାଇଟେଡ଼ ଦଳ ସହିତ ବାଲେଶ୍ଵର ବିସିଏ, ୨୬ ତାରିଖରେ ଝାଡଖଣ୍ଡ ରୋଚକମନ ରାଞ୍ଚି ଦଳ ସହିତ ପଶ୍ଚିମବଙ୍ଗ ଖଡ଼କପୁର କ୍ଳବ ସହିତ ଲିଗମ୍ୟାଚ ଅନୁଷ୍ଠିତ ହେବ।

୨୭ ଓ ୨୮ତାରିଖରେ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁଥିବାବେଳେ ୨୯ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏଥିରେ ମହାବୀର କ୍ଳବର ବରିଷ୍ଠ ସଦସ୍ୟ ସବ୍ୟସାଚୀ ମହାପାତ୍ର, ଅଜିତ ନାୟକ, ଚନ୍ଦନ ରାୟ, ବ୍ରଜକିଶୋର ପାଣି, ସୁଶାନ୍ତ ବିଶ୍ୱାଳ, କ୍ଳବର ସଭାପତି କୁମାର ରାୟ, ସମ୍ପାଦକ ସୂର୍ଯ୍ୟକାନ୍ତ ବିଶ୍ୱାଳ, ମାନସ ପାଢ଼ୀ, ରବି କୁମାର, ବିରଜା ବେହେରା, ଗୋପୀ ନନ୍ଦ, ଚିନ୍ମୟ ରାଉତ, ଜଟିଆ ସିଂ, ମଣ୍ଟୁ ବେହେରାଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.