ବ୍ରହ୍ମପୁର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ମଣ୍ଡି ଖୋଲିଥିବାବେଳେ। ଗଞ୍ଜାମ ଜିଲ୍ଲାରେ କିନ୍ତୁ ଏପର୍ଯ୍ୟନ୍ତ ଖୋଲିନାହିଁ ମଣ୍ଡି। ପୂର୍ବରୁ ଡିସେମ୍ବର ୨୩ରେ ମଣ୍ଡି ଖୋଲିବା ନେଇ କୁହାଯାଉଥିବାବେଳେ। ଏହାକୁ ମଧ୍ୟ ଘୁଞ୍ଚାଯାଇଛି।
ତେବେ ଧାନ ମଣ୍ଡି ଖୋଲିବା ନେଇ ଜିଲ୍ଲାପାଳ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ଧାନ ମଣ୍ଡି ଖୋଲିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ଚାଷୀଙ୍କ ହିତ ଦୃଷ୍ଟିରୁ ସୋମବାର ମଣ୍ଡି ଖୋଲା ଯାଇନାହିଁ। ଜାନୁଆରୀ ମାସ ୩ ତାରିଖରେ ମଣ୍ଡି ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ଏବଂ ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା।
ସେ ଆହୁରି କହିଛନ୍ତି ଲଗାଣ ବର୍ଷାରେ ଧାନ ଫସଲ କେତେ ପ୍ରଭାବିତ ହେଉଛି ? ସେନେଇ କ୍ଷୟକ୍ଷତି ଆକଳନ କରାଯାଉଛି। କ୍ଷୟକ୍ଷତି ଆକଳନ କରାଯାଇ ଚାଷୀ ଯେମିତି ସୁବିଧା ପାଇବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ।