ଫାର୍ମ ହାଉସରୁ ମିଳିଲା ୧ କ୍ବିଣ୍ଟାଲ ୬୦ କିଲୋରୁ ଅଧିକ ଗଞ୍ଜେଇ,୨ଟି ମୋବାଇଲ ଓ ବାଇକ ଜବତ

Published By : Prameya-News7 Bureau | June 28, 2024 IST

ଭଦ୍ରକ ୨୮/୬: ଫାର୍ମ ହାଉସରୁ ଜବତ ହେଲା ବସ୍ତା ବସ୍ତା ଗଞ୍ଜେଇ । ଧରାପଡିଲେ ବାପ-ପୁଅ। ଓଡଙ୍ଗ ନିକଟ ନିରଞ୍ଜନ ମଲ୍ଲିକଙ୍କ ଫାର୍ମ ହାଉସରେ ଚଢାଉ କରିଥିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ଧୀରେନ୍ଦ୍ର ବେହେରାଙ୍କ ନେତୃତ୍ବରେ ୧୨ ଜଣିଆ ଟିମ୍‌  ।ସେଠାରେ ଏତେ ସଂଖ୍ୟକ ଗଞ୍ଜେଇ ବସ୍ତା ଦେଖି ତାଜୁବ ହୋଇଯାଇଥିଲେ ଗୁଇନ୍ଦା ଅଧିକାରୀ । ପ୍ରାୟ ୧ କ୍ବିଣ୍ଟାଲ ୬୦ କିଲୋରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ଏଥିସହ ୨ଟି ମୋବାଇଲ ଓ ବାଇକ ଜବତ ହୋଇଛି । ଗଞ୍ଜେଇ ବେପାର କରୁଥିବା ଅଭିଯୋଗରେ ନିରଞ୍ଜନ ମଲ୍ଲିକ ଓ ପୁଅ ନାରାୟଣ ମଲ୍ଲିକଙ୍କୁ ଗିରଫ କରାଯାଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.