ନିମାପଡା ୬।୮: କେନାଲରେ ଘାଇ ହୋଇ ଚାଷ କ୍ଷତିଗ୍ରସ୍ତ ହେବା ପରେ ଚାଷୀଙ୍କ ନିଦ ହଜିଯାଇଛି । କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାର ନାନା ପ୍ରକାର ଯୋଜନା କରୁଥିବା ବେଳେ କେନାଲ ବନ୍ଧ ନିମ୍ନମାନର ମରାମତି ଅଭିଯୋଗ ହେଉଛି ।
ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅରିଷଣ୍ଢ ପଞ୍ଚାୟତ ମୁରାରୀପୁର ମୁଖ୍ୟ କେନାଲରେ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି । ଶତାଧିକ ଚାଷ ଜମିରେ କେନାଲ ପାଣି ମାଡ଼ିଯିବା ଫଳରେ ଚାଷୀକୂଳ ଏବେ ଚିନ୍ତାରେ । ଏପଟେ ନଈରେ ବନ୍ୟାପାଣି ଆସିନଥିବା ବେଳେ କେନାଲର ସାମାନ୍ୟ ପାଣିରେ ଘାଇ ସୃଷ୍ଟି ହେବା ଚାଷୀଙ୍କ ଚିନ୍ତାର ବିଷୟ ପାଲଟିଛି ।
ଏ ନେଇ ନିମାପଡ଼ା ଜଳ ସମ୍ପଦ ବିଭାଗ ନିକଟରେ ଖବର ପହଞ୍ଚିବା ପରେ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ସର୍ତ୍ତ କେନାଲରେ ଭରପୁର ପାଣି ଥିବାରୁ ଏବେ ବି ଚାଷ ଜମିରେ ଜଳସ୍ତର ବଢିବାର ଲାଗିଛି । ସ୍ଥାନୀୟ ସରପଞ୍ଚ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
You Can Read:
ନୟାଗଡ଼ ବିଧାନସଭା ନିର୍ବାଚନ ଅନିୟମିତତା ମାମଲା : ବିଧାୟକ ଅରୁଣ ସାହୁଙ୍କୁ ହାଇକୋର୍ଟଙ୍କ ନୋଟିସ୍