ନୂଆଦିଲ୍ଲୀ 11/08 : କୁନି ପିଲାଟି। ମନରେ ଅନେକ ଆଶା ଅନେକ ସ୍ୱପ୍ନ। କିନ୍ତୁ ସେ ସବୁ ସତ ହେବା ପୂର୍ବରୁ କବାଟ ଠକ୍ ଠକ୍ କରିଥିଲା ମୃତ୍ୟୁ। ତଥାପି ମୃତ୍ୟୁର ସାମ୍ନା କରିଥିଲେ ପୂରା ପରିବାର। ଝିଅର ଶେଷ ଇଚ୍ଛା ପୂରା କରି ଦେଇଥିଲେ ବିଦାୟ। ଏ କାହାଣୀ ଆମେରିକାର ଇମ୍ମା ଏଡ୍ ୱର୍ଡ୍ସଙ୍କର । ଯିଏ ଏ ଦୁନିଆକୁ କହିଛନ୍ତି ଅଲବିଦା। କିନ୍ତୁ ତାଙ୍କ କାହାଣୀ ସମସ୍ତଙ୍କୁ କରିଛି ଭାବବିହ୍ୱଳ। ଆମେରିକୀୟ ପ୍ରଦେଶ ଉତ୍ତର କ୍ୟାରୋଲିନାର ରହୁଥିଲେ ଇମ୍ମା ଏଡୱାର୍ଡ୍ସ। ବୟସ ୧୦। ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଆଉ ମୃତ୍ୟୁ ପୂର୍ବରୁ ତାଙ୍କର ଶେଷ ଇଚ୍ଛା ଥିଲା କନିଆଁ ହେବେ । ଯାହାକୁ ପୂରଣ କରିଛନ୍ତି ତାଙ୍କ ବାପା ମା। ନିଜ ମୃତ୍ୟୁର ୧୨ ଦିନ ପୂର୍ବରୁ ସେ ତା’ଙ୍କ ପିଲାଦିନର ବନ୍ଧୁ ବାହା ହୋଇଥିଲେ ଆଉ ତାପରେ ଦୁନିଆରୁ ନେଇଥିଲେ ବିଦାୟ।
{"id":829507,"width":835,"height":557,"sizeSlug":"full","linkDestination":"none"}ଇମ୍ମାଙ୍କ ବେଷ୍ଟଫ୍ରେଣ୍ଡଙ୍କନାଁ ଡାନିଏଲ୍ ମାର୍ସାଲ୍ କ୍ରିଷ୍ଟୋଫର୍। ଯାହାକୁ ସେ ଇମ୍ମା ସ୍ନେହରେ ଡାକୁଥିଲେ ଡିଜେ। ଦୁହେଁ ପରସ୍ପରକୁ ପ୍ରେମ କରୁଥିଲେ। ଏମିତିରେ ପରିବାର ଇମ୍ମାଙ୍କ ଇଚ୍ଛା ପୂରା କରିବାକୁ ଜୁନ୍ ୨୯ ତାରିଖ ଦିନ ଗୋଟାଏ ମିଛିମିଛିକା ବିବାହ ଉତ୍ସବରେ ଦୁହିଁଙ୍କ ବିବାହ କରାଇଥିଲେ। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଦୁହେଁ ପରସ୍ପରର ହାତ ଧରିଥିବା ଦେଖିବାକୁ ମିଳିଛି।
{"id":829510,"width":838,"height":544,"sizeSlug":"full","linkDestination":"none"}ଇମ୍ମା ‘ଲିମ୍ଫୋବ୍ଲାଷ୍ଟିକ୍ ଲ୍ୟିୁକିମିଆ’ ତଥା ଅସ୍ଥିମଜ୍ଜା ଓ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ବୋଲି ୨୦୨୨ ଏପ୍ରିଲ୍ରେ ଡାକ୍ତରୀ ପରୀକ୍ଷା ପରେ ଜଣାପଡ଼ିଥିଲା। ଇମ୍ମାଙ୍କ ବାପାମାଆ ଏଲିନା ଓ ଅରୋନ୍ ଏଡ୍ୱାର୍ଡ ଆଶା କରିଥିଲେ ସେ ସୁସ୍ଥ ହୋଇଯିବେ। କିନ୍ତୁ, ଜୁନ୍ ମାସରେ ଜାଣିବାକୁ ପାଇଥିଲେ ଯେ, ଇମ୍ମା ପୀଡ଼ିତ ହୋଇଥିବା କର୍କଟ ରୋଗ ଭଲ ହେବନାହିଁ। ତା’ଛଡ଼ା ସେ ଆଉ ଅଳ୍ପ କେତେ ଦିନ ମାତ୍ର ବଞ୍ଚିବ।
{"id":829511,"width":833,"height":520,"sizeSlug":"full","linkDestination":"none"}ଏ ଖବର ପାଇବା ପରେ ଇମ୍ମାର ମାଆ ଏଲିନା ଓ ଡି.ଜେ.ର ମାଆ ଇମ୍ମାର ମିଛିମିଛିକା ବାହାଘର କରାଇଥିଲେ। ଦୁଇ ଦିନରୁ କମ୍ ସମୟ ମଧ୍ୟରେ ସବୁ ଆୟୋଜନ କରାଗଲା। ବାହାଘରରେ ୧୦୦ଜଣ ଅତିଥି ଉପସ୍ଥିତ ଥିଲେ। ଦୁଃଖ ଭି୍ସତରେ ବି ଝିଅକୁ ଖୁସି କରିବାକୁ ମସ୍ତେ ଖୁବ୍ ଖୁସି ହୋଇଥିଲେ, ଯାହା ପରବର୍ତ୍ତୀ ସମୟରେ ବେଶ୍ ସ୍ମରଣୀୟ ମୁହୂର୍ତ୍ତ।
wp:html /wp:htmlAlso Read- ମାସକୁ ରୋଜଗାର ୫୦୦୦ହଜାର ଟଙ୍କା, ଆଜି ୧୨୨କୋଟିର ନେଟୱର୍ଥ; ଇଏ ଭାରତ ସବୁଠାରୁ ଧନୀ ୟୁଟ୍ୟୁବର