ଛିଡା ହୋଇଥିଲା କଣ୍ଟେନର, ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍

Published By : Prameya-News7 Bureau | November 18, 2024 IST

ଜଳେଶ୍ୱର ୧୮/୧୦: ସକାଳୁ ସକାଳୁ ମର୍ମନ୍ତୁଦ ବସ ଦୁର୍ଘଟଣା । ଫଳରେ ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ । ବସ୍‌ଟି କେଲକାତାରୁ ଭୁବନେଶ୍ବର ଆସୁଥିଲା । ଉକ୍ତ ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିବା ବେଳେ ତନ୍ମଧ୍ୟରୁ ୧୨ ଜଣଙ୍କ ଠାରୁ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣ ନାଥ ଟୋଲ ପ୍ଲାଜା ନିକଟରେ ଏଭଳି ଘଟଣା ଘଟିଛି । ଲକ୍ଷ୍ମଣ ନାଥ ଟୋଲ ପ୍ଲାଜା ଅନତି ଦୂରରେ କଣ୍ଟେନରକୁ ପଛ ପଟୁ ଦେଲା ଧକ୍କା ବସ୍ । 

ସୂଚନାଥାଉକି, ଯାତ୍ରୀବାହୀ ବସ୍‌ କୋଲକାତାରୁ ୫୦ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଆସୁଥିଲା । କିଛି ଅସାମାଜିକ ଯୁବକ ଜାତୀୟ ରାଜପଥ ଉପରେ ୨ ଟି ବାଇକକୁ ଆଡା ପକାଇ ଏକ କଣ୍ଟେନରକୁ ଅଟକାଇ ଚାନ୍ଦା ଆଦାୟ କରୁଥିଲେ । ତେବେ ଏହି ସମୟରେ ବସଟି ଦ୍ରୁତ ଗତିରେ ଆସି ଲକ୍ଷ୍ମଣ ନାଥ ଟୋଲ ପ୍ଲାଜା ନିକଟରେ କଣ୍ଟେନରକୁ ପଛ ପଟୁ ଧକ୍କା ଦେଇଥିଲା । 

ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଜଳେଶ୍ୱର ଥାନା ପୋଲିସ ପହଞ୍ଚି ଛାନଭିନ କରୁଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.