କପ୍ତିପଦା ଅସନବଣି ଗାଁରେ ବାଘ ଆତଙ୍କ, ପାଦ ଚିହ୍ନ ଠାବ,ନଜର ରଖିଛି ବନବିଭାଗ

Published By : Prameya-News7 Bureau | November 18, 2024 IST

ଉଦଳା ୧୮/୧୧: କପ୍ତିପଦା ବନାଞ୍ଚଳ ଅଧୀନ ଅସନବଣି ଗାଁରେ ବୁଲୁଛି ବାଘ । ୮ରୁ ଅଧିକ ସ୍ଥାନରେ ପଡିଛି ବାଘ ପାଦ ଚିହ୍ନ । ଲୋକଙ୍କ ମଧ୍ୟରେ କୋକୁଆ ଭୟ । ଅସନବଣି ଗାଁରେ ହୁରି ପଡିଛି । ପାଖ ଶିମିଳିପାଳ ଜଙ୍ଗଲରୁ ବାଘ ଆସି ଗାଁରେ ପଶିଛି । ଗାଁ ପାଖ କେନାଲରେ ବାଘ ପାଦ ଚିହ୍ନ ସ୍ପଷ୍ଟ ଜଣାପଡୁଛି ।  ବାଘଟି ଶିମିଳିପାଳ ଜଙ୍ଗଲରୁ ଆସି କେନାଲ ପାର୍‌ ହେବା ସମୟରେ ସେଠାରେ ମାଛ ଧରିବା ପାଇଁ ବସିଥିବା ଏକ ଅନ୍ଧାଲି ଭାଙ୍ଗିଦେଇଛି  । ଅନ୍ଧାଲି ନିକଟରେ ଅନେକ ଗୁଡିଏ ବାଘ ପାଦ ଚିହ୍ନ ପଡିଛି । ଘଟଣା ସଂପର୍କରେ ବନବିଭାଗକୁ ଜଣାଇଛନ୍ତି ଗାଁ ଲୋକ । ବାଘ ପାଦ ଚିହ୍ନରୁ ସେ ଜନବସିତି ଆଡକୁ ଯାଇଥିବା ଜଣାପଡୁଛି । ବାଘ ଉପରେ ତୀକ୍ଷ୍ଣ ନଜର ରଖିବା ସହ ଗାଁ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ବନବିଭାଗ । 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.