ଗଣେଶ ମୂର୍ତ୍ତି ବିସର୍ଜନ ଅଘଟଣ:୨ ଶିକ୍ଷକ ସୁରକ୍ଷିତ ଉଦ୍ଧାର, ୨ ଛାତ୍ରଙ୍କ ମିଳିଲା ମୃତଦେହ

Published By : Prameya-News7 Bureau | September 13, 2024 IST

ବାରିପଦା୧୩/୯: ଗଣେଶ ମୂର୍ତ୍ତି ବିସର୍ଜନ ଅଘଟଣ । ଦୀର୍ଘ ୪ ଘଣ୍ଟା ପରେ ମିଳିଲା ୨ ଛାତ୍ରଙ୍କ ମୃତଦେହ । ୨ଜଣ ଶିକ୍ଷକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଆଉ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ୨ ଜଣ ହେଲେ ଆଦର୍ଶ ବିଦ୍ୟାଳୟର ଯୁକ୍ତ ୨ ଛାତ୍ର ଖୁଣ୍ଟା ଥାନା ଅଞ୍ଚଳର ତନ୍ମୟ କୁମାର ବେହେରା ଓ ରାସଗୋବିନ୍ଦପୁର ଅଞ୍ଚଳର ଦିବ୍ୟଜ୍ୟୋତି ସାହୁ । ସୁବର୍ଣ୍ଣରେଖା କେନାଲରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ୪ ଜଣ ବୁଡିଯାଇଥିଲେ । ପ୍ରଥମେ ୨ ଜଣ ଶିକ୍ଷକ ବରପଦା ଥାନା ଅଞ୍ଚଳର ରଞ୍ଜନ କୁମାର ନାୟକ ଓ ବାଲିଆପାଳ ଥାନା ଅଞ୍ଚଳର ତପନ କମିଲାଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । । ୨ଜଣ ଛାତ୍ର ଓ ୨ଜଣ ଶିକ୍ଷକ ଓଡିଶା ଆଦର୍ଶ ବିଦ୍ୟାଳୟର ଅଟନ୍ତି । ଘଟଣାସ୍ଥଳରେ ମୃତକଙ୍କ ପରିବାର ଲୋକ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.