ଆଠଗଡ଼ ୧୧/୦୩: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ । ସଂଘର୍ଷରେ ୫ ଆହତ ଓ ଜଣେ ଗୁରୁତର । ଜମିବାଡି ବିବାଦକୁ ନେଇ ଯୋଗୁଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ୫ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ସୂଚନାଥାଉକି, ଗତ କିଛିଦିନ ହେବ ଆଠଗଡ଼ ଗୁରୁଡ଼ିଝାଟିଆ ଓରନ୍ଦା ଓ ସୀତାରମପୁର ଗାଁରେ ଜାଗାବାଡ଼ିକୁ ନେଇ ଲାଗି ରହିଥିଲା ବିବାଦ । ବିବାଦ ଏତେ ଉଗ୍ର ରୂପ ନେଇଥିଲା ଯେ, ଦୁଇଗୋଷ୍ଠୀ ମଧ୍ୟରେ କେନ୍ଦ୍ରକରି ମାରପିଟ ହୋଇଥିଲା ।
ତେବେ ଉଭୟ ଗୋଷ୍ଠୀ ପକ୍ଷରୁ ପକ୍ଷରୁ ୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ବ୍ରହ୍ମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ସେଠାରେ ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ୫ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।