ଢେଙ୍କାନାଳରେ ଭାରସାମ୍ୟ ହରାଇ ଓଲଟିଲା କାର, ୨ ମୃତ, ଜଣେ ଗୁରୁତର

Published By : Prameya-News7 Bureau | October 25, 2024 IST

ଢେଙ୍କାନାଳ ୨୫/୧୦: ଦ୍ରୁତ ଗତି ହେଲା କାଳ । ଭାରସାମ୍ୟ ହରାଇ ରାସ୍ତାକୁ ଓଲଟି ପଡିଲା କାର । ୨ଯୁବକ ମୃତ,ଜଣେ ଗୁରୁତର । ଢେଙ୍କାନାଳ ସଦର ଥାନା ତାମେଣ୍ଡା-ଗୋବିନ୍ଦ ପ୍ରସାଦ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ଏସ୍‌ୟୁଭି କାର ଦ୍ରୁତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଘଟଣାସ୍ଥଳରେ ୨ ଯୁବକଙ୍କ ଜୀବନ ଯାଇଛି ।

ମୃତକ ୨ ଜଣ ସିଲୁ ବେହେରା ଓ ସାଗର ଚାନ୍ଦ ପରିଡା । ଗୁରୁତର ଯୁବକ ବୁବୁନା ରାଉତଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । କାଣ୍ଡବିନ୍ଧା ଗାଁର ଏହି ୩ ଜଣ ଏସ୍‌ୟୁଭି କାରରେ ଭାପୁର ଯାଉଥିଲେ । ତେବେ ଗାଡିର ସ୍ପିଡ ଅଧିକ ଥିବାରୁ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିବା ଅନୁମାନ କରାଯାଉଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣାଗ୍ରସ୍ତ ଗାଡିକୁ ଉଦ୍ଧାର କରି ତଦନ୍ତ କରୁଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.