ପ୍ରଥମେ ୩ କର୍ମଚାରୀଙ୍କ ବଦଳି, ଆଜି ଏଏସ୍ଆଇ ଓ କନେଷ୍ଟବଳଙ୍କୁ ସସ୍‌ପେଣ୍ଡ କଲେ ଏସ୍‌ପି

Published By : Prameya-News7 Bureau | June 28, 2024 IST

ଭଦ୍ରକ ୨୮/୬: ଚାନ୍ଦବାଲି ଥାନା ସମ୍ମୁଖରେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆରମ୍ଭ ହୋଇଯାଇଛି ଆକ୍ସନ । ପ୍ରଥମେ ୩ ଜଣ କର୍ମଚାରୀଙ୍କୁ ପୋଲିସ ହେଡ୍‌ କ୍ବାଟରକୁ ବଦଳି କରାଯାଇଥିଲା । ଆଜି ଥାନାର ଏଏସ୍‌ଆଇ ନେପାଳ ସାହା ଓ କନେଷ୍ଟବଳ ରବୀନ୍ଦ୍ର ସେଠୀଙ୍କୁ ସସ୍‌ପେଣ୍ଡ କରିଛନ୍ତି ଏସ୍‌ପି । ଅଭିଯୋଗକାରୀ ମହିଳାଙ୍କ ପକ୍ଷରୁ ଏତଲା ଦିଆଯାଇଥିବାବେଳେ ପୋଲିସ କର୍ମଚାରୀଙ୍କ ତରଫରୁ ୨ଟି ମାମଲା ରୁଜୁ କରାଯାଇଛି । ପୁରା ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ଜଣେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭଦ୍ରକ ଅତିରିକ୍ତ ଏସ୍‌ପି ବାମଦେବ ସିଂ । 
 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.