୨୦ ଲୁଟେରାକୁ ଜଣେ ଗାର୍ଡ: ଆମେରିକାରେ ଭାରତୀୟ ଜୁଏଲାରୀ ଶୋ’ରୁମ୍‌ରୁ ଫିଲ୍ମ ଷ୍ଟାଇଲରେ ଲୁଟ୍

Published By : Prameya-News7 Bureau | June 16, 2024 IST

NDTV

ନୂଆଦିଲ୍ଲୀ: ଆମେରିକାର ଜଣେ ଭାରତୀୟ ଜୁଏଲାରୀ ଶୋ’ରୁମରେ ଫିଲ୍ମ ଷ୍ଟାଇଲରେ ଚୋରି। ୨୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଶୋ’ରୁମ୍ ଭିତରକୁ ପଶିଲେ। ଆଉ କିଛି ମିନିଟ୍ ମଧ୍ୟରେ ସବୁକିଛି ଲୁଟିନେଲେ। ଆମେରିକାର କାଲିଫର୍ଣ୍ଣିଆ ସନଭିଲରେ ଥିବା ପିଏନଜି ଜୁଏଲାରୀ ଶୋ’ରୁମରେ ଲୁଟ୍ପାଟ କରାଯାଇଛି। ପୁରା ଡକାୟତି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। 

ଭିଡିଓରେ ଦେଖାଯାଇଛି ଯେ ମାସ୍କ ପିନ୍ଧିଥିବା ପ୍ରାୟ ୨୦ ଜଣ ଡକାୟତ ଶୋ’ରୁମରେ ପ୍ରବେଶ କରୁଛନ୍ତି। ସମସ୍ତ ଡକାୟତମାନେ ଶୋ’ରୁମରେ ଥିବା ଗ୍ଲାସ୍ ସୋ-କେସ୍ ଭାଙ୍ଗି ସେଠାରେ ରଖାଯାଇଥିବା ଅଳଙ୍କାରକୁ ଲୁଟ୍ କରୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି।

ଖବର ମୁତାବକ ଶୋ’ରୁମରେ କେବଳ ଜଣେ ଗାର୍ଡ ହିଁ ଉପସ୍ଥିତ ଥିଲେ, ଯାହାଙ୍କୁ ଡକାୟତମାନେ ସହଜରେ କାବୁ କରିନେଇଥିଲେ। ଏଥିରୁ ଜଣାପଡୁଛି ଯେ ଡକାୟତି କରିବା ପାଇଁ ଏକ ପୂର୍ବ ଯୋଜନା କରାଯାଇ ରଣନୀତି ପ୍ରସ୍ତୁତ ହୋଇଛି। ଏହି ଡକାୟତି ଘଟଣା ମାତ୍ର ତିନି ମିନିଟ ମଧ୍ୟରେ କରାଯାଇଥିଲା। 

PNG ଜୁଏଲର୍ସ ଏହାର ପ୍ରତିଷ୍ଠାତା ପୁରଷୋତ୍ତମ ନାରାୟଣ ଗଡଗିଲଙ୍କ ନାମରେ ନାମିତ ହୋଇଥିଲା। ଆମେରିକା, ଦୁବାଇ ସମେତ ଭାରତରେ PNG ଜୁଏଲର୍ସଙ୍କର ମୋଟ ୩୫ଟି ଶୋ’ରୁମ୍ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.