ହମାସ ମୁଖ୍ୟ ଇସ୍ମାଇଲ ହନିୟେହଙ୍କ ପରିବାର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍, ୧୦ ସଦସ୍ୟଙ୍କ ମୃତ୍ୟୁ ଆଶଙ୍କା

Published By : Prameya-News7 Bureau | June 25, 2024 IST

ଗାଜା ୨୫।୬: ଇସ୍ରାଏଲ ସବୁଠୁ ବଡ଼ ସୈନ୍ୟ କାର୍ଯ୍ୟାନୁଷ୍ଠାନ କରିଛି। ଏଥିରେ ହମାସର ମୁଖ୍ୟନେତା ଇସ୍ମାଇଲ ହନିୟେହଙ୍କ ପରିବାରକୁ ଏକ ଏୟାରଷ୍ଟ୍ରାଇକରେ ହତ୍ୟା କରିଛି। ହନିୟେହଙ୍କ ପରିବାରର ଅନୁନ୍ୟ ୧୦ ଜଣ ସଦସ୍ୟଙ୍କ ଏହି ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁ ହୋଇଥିବା ଗାଜା ନାଗରିକ ସୁରକ୍ଷା ଏଜେନ୍ସୀ ଏକ ରିପୋର୍ଟରେ ପୁଷ୍ଟି କରିଛି। ତେବେ ଇସ୍ରାଏଲ ସେନା ଏପର୍ଯ୍ୟନ୍ତ ଘଟଣାର ପୁଷ୍ଟି କରି ନାହିଁ। 

ଗାଜା ନାଗରିକ ସୁରକ୍ଷା ମୁଖପାତ୍ର ମହମ୍ମୁଦ ବସଲ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସୂଚିତ କରି କହିଛନ୍ତି ଯେ ଧ୍ୱଂସସ୍ତୁପ ତଳେ ଏବେବି ଅନେକ ଶବ ରହିଛି, ହେଲେ ସେଗୁଡିକୁ ବାହାର କରିବା ପାଇଁ ଆମପାଖରେ ଆବଶ୍ୟକ ଉପକରଣ ନାହିଁ। ବସଲ କହିଛନ୍ତି ଯେ ଉଦ୍ଦାର ଶବଗୁଡିକୁ ଗାଜାର ଅଲ-ଅହଲୀ ହସ୍ପିଟାଲକୁ ସ୍ଥାନାନ୍ତର କରିଦିଆଯାଇଛି। ଏହା ପୂର୍ବରୁ କତାରରେ ରହୁଥିବା ହମାସ ନେତା ହନିୟେହ ଗତ ଏପ୍ରିଲରେ ଗାଜାରେ ହୋଇଥିବା ଏକ ଇସ୍ରାଏଲ ଆକ୍ରମଣରେ ନିଜର ୩ ପୁଅ ଓ ୪ ନାତିନାତୁଣୀଙ୍କୁ ହରାଇଥିଲେ। 

ଏହା ଉପରେ ଇସ୍ରାଏଲୀ ସେନା ସେତେବେଳେ ଆତଙ୍କବାଦୀ ଗତିବିଦ୍ଧିରେ ସାମିଲ ଥିବାର ଅଭିଯୋଗ କରିଥିଲା। ଏବେ କୁହାଯାଇଛି ହମାସ ନେତା ହନିୟେହଙ୍କ ପୁରା ପରିବାର ସମାପ୍ତ ହୋଇଯାଇଛି।  କେତେକ ରିପୋର୍ଟ ଅନୁସାରେ ଗତ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯନ୍ତ ପାଲେଷ୍ଟାଇନ ଆତଙ୍କବାଦ ଗୋଷ୍ଠୀ ହମାସର ମୁଖ୍ୟ ନେତା ହନିୟେହଙ୍କ ପରିବାରର ୬୦ ସଦସ୍ୟ ପ୍ରାଣ ହରାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.