ଇସ୍ରାଏଲ ଆକ୍ରମଣରେ ଇରାନର ଡେପୁଟି କମାଣ୍ଡର ମଧ୍ୟ ନିହତ, ହସନ ନସରଲ୍ଲାଙ୍କ ସହ କରୁଥିଲେ ବୈଠକ

Published By : Prameya-News7 Bureau | September 28, 2024 IST

ତେହରାନ: ବେରୁଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହେଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ସହ ଇରାନର ଜଣେ ବରିଷ୍ଠ ସୈନ୍ୟ ଅଧିକାରଙ୍କ ମୃତ୍ୟୁ ହୋଇଛି । ଇରାନ ମିଡିଆ ଶନିବାର ସୂଚନା ଦେଇ କହିଛି ଯେ ଇରାନ ରିଭୋଲ୍ୟୁସନରୀ ଗାର୍ଡ୍ସର ଡେପୁଟି କମାଣ୍ଡର ଅବ୍ବାସ ନିଲଫୋରୋସାନଙ୍କ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ହୋଇଛି । ସେ ଲେବାନନରେ କୁଦ୍‌ସ ଫୋର୍ସର କମାଣ୍ଡର ବ୍ରିଗେଡିୟର ଜେନେରାଲ ଥିଲେ ।

ରିପୋର୍ଟ ଅନୁସାରେ ନିଲଫୋରୋସାନ ଆଇଆରଜିସିର ଅପରେସନ କମାଣ୍ଡର ନେତୃତ୍ୱ ନେଉଥିଲେ, ଏହି କମାଣ୍ଡ ସିଧାସଳଖ ବିଭିନ୍ନ ସୈନ୍ୟ ଏବଂ ସୁରକ୍ଷା ଅଭିଯାନରେ ସାମିଲ ରୁହେ । ବିଶେଷ କରି ସିରିଆରେ ସୈନ୍ୟ ଗତିବିଧିରେ ସାମିଲ ରହିଛି । 

ଲେବାନନରେ ଇସ୍ରାଏଲ ସେନାର ଆକ୍ରମଣ ଉପରେ ଇରାନ କଡ଼ା ପ୍ରତିକ୍ରିୟା ଜାରି କରିଛି । ଇରାନ ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖମାନେଇ ନିଜ ବୟାନରେ କହିଛନ୍ତି ଯେ ହେଜବୁଲ୍ଲାକୁ ଇସ୍ରାଏଲ କେବେ ଶେଷ କରିପାରିବ ନାହିଁ । 

ଉଲ୍ଲେଖଯୋଗ୍ୟ ଯେ ବେରୁଟ ଆକ୍ରମଣ 20 ଘଣ୍ଟା ପରେ ନସରଲ୍ଲାଙ୍କ ମୃତ୍ୟୁ ଖବରକୁ ହେଜବୁଲ୍ଲା ସ୍ପଷ୍ଟ କରିଥିଲା । ହେଜବୁଲ୍ଲା ବୟାନ ଜାରି କହିଥିଲା ଯେ ଶୁକ୍ରବାର ରାତିରେ ହୋଇଥିବା ଇସ୍ରାଏଲୀ ସେନାର ଆକ୍ରମଣରେ ମହାସଚିବ ହସନ ନସରଲ୍ଲାଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲୀ ସମାଚାର ଏଜେନ୍ସି ଅନୁସାରେ ବେରୁଟରେ ହେଜବୁଲ୍ଲା ମୁଖ୍ୟାଳୟ ଉପରେ  ଇସ୍ରାଏଲୀ ସେନା 80 ଟନର ବୋମା ବ୍ୟବହାର କରିଥିଲା । ବିସ୍ଫୋରଣ ବେଳେ ନସରଲ୍ଲୁ ସେଠାରେ ଉପସ୍ଥିତ ଥିଲା । ଏହି ଆକ୍ରମଣ ୟୁଏନଜିସିରେ ନେତାନ୍ୟାହୁଙ୍କ ଭାଷଣର କିଛି ସମୟର ପରେ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.