ଅଜବ ପକ୍ଷୀ; ଡେଣା ରହିଛି କିନ୍ତୁ ଉଡିପାରେନି, ୧୫୦ରୁ ଅଧିକ ଥର ମଣିଷଙ୍କୁ କରିସାରିଲାଣି ଆକ୍ରମଣ

Published By : Prameya-News7 Bureau | September 28, 2024 IST

ନୂଆଦିଲ୍ଲୀ ୨୮।୦୯: ସାରା ବିଶ୍ବରେ ଅନେକ ପକ୍ଷୀ ରହିଛନ୍ତି । କିଛି ବିଚିତ୍ର ହୋଇଥିବା ବେଳେ ଆଉ କିଛି ହୋଇଥାନ୍ତି ଖତରନାକ । ଏଥିରୁ କିଛି ଲୋକଲୋଚନକୁ ଆସିଥିବା ବେଳେ ଆଉ କିଛି ରହିଯାଆନ୍ତି ନଜର ଆଢୁଆଳରେ । କିନ୍ତୁ ଏମାନେ ଯେତେବେଳେ ବି ଆସନ୍ତି ସେତେବେଳେ ସମସ୍ତଙ୍କୁ କରିଥାନ୍ତି ଆଶ୍ଚର୍ଯ୍ୟ । 

ବିଶ୍ବର ଏପରି ଏକ ପକ୍ଷୀ ରହିଛି ଯାହାର ଡେଣା ତ ରହିଛି କିନ୍ତୁ ଏହି ପକ୍ଷୀ ଉଡି ପାରିନଥାଏ । ପକ୍ଷୀଟିର ନାଁ ହେଉଛି କାସଓ୍ବାରି । ଏମାନେ ଅଷ୍ଟ୍ରେଲିଆର ବର୍ଷାବନୋ ଜଙ୍ଗଲରେ ଦେଖିବାକୁ ମିଳିଥାନ୍ତି । ଏହି ପକ୍ଷୀର ନୀଳ ବେକ, କଳା ଡେଣା ଏବଂ ନାଲି କେଶ ରହିଥାଏ । କାସଓ୍ବାରି ପକ୍ଷୀକୁ ଦୁନିଆର ସବୁଠାରୁ ବିପଜ୍ଜନକ ପକ୍ଷୀ ଭାବରେ ବିବେଚନା କରାଯାଏ। 

କାସଓ୍ବାରି ଶବ୍ଦ ପାପୁଆନ୍ ଶବ୍ଦ 'କାସୁ'ରୁ ଉତ୍ପନ୍ନ । ଏହାର ଅର୍ଥ ସିଙ୍ଘ ଯୁକ୍ତ । ଏହି ପକ୍ଷୀମାନଙ୍କର ଉଚ୍ଚତା ୫ ଫୁଟ  ହୋଇଥାଏ ଏବଂ ଏମାନେ ନିଜ ଗୋଡକୁ ଗୋଇଠା ମାରିବା ପାଇଁ ବ୍ୟବହାର କରିଥାନ୍ତି । ସେମାନଙ୍କର ପଞ୍ଝା ଛୁରୀ ପରି ତୀକ୍ଷ୍ଣ ହୋଇଥାଏ ।

ଅଷ୍ଟ୍ରେଲିୟା ସରକାରୀ ତଥ୍ୟ ଅନୁଯାୟୀ, ମଣିଷଙ୍କ ଉପରେ ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଥର ଆକ୍ରମଣ କରିସାରିଛନ୍ତି କାସଓ୍ବାରି । ଏମାନଙ୍କ ମଧ୍ୟରୁ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି । କିନ୍ତୁ ବର୍ତ୍ତମାନ ଏହି ପକ୍ଷୀମାନେ ବିପଦରେ ଅଛନ୍ତି । ଅଷ୍ଟ୍ରେଲିଆରେ ଏମାନଙ୍କର ସଂଖ୍ୟା ୫ ହଜାରରୁ କମ୍ ହୋଇଗଲାଣି  ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.