କୋହେନୂର ନୁହେଁ, ଏହା ଥିଲା ସବୁଠାରୁ ଦୁଲ୍ଲଭ ହୀରା, ଜାଣନ୍ତୁ ମିଳିଥିଲା କେଉଁଠି ?

Published By : Prameya-News7 Bureau | September 23, 2024 IST

ନୂଆଦିଲ୍ଲୀ ୨୩।୦୯: କୋହିନୁର ହୀରା । ବିଶ୍ବର ସବୁଠାରୁ ଦୁର୍ଲଭ ହୀରା । କିନ୍ତୁ ଜାଣନ୍ତି କି ଭାରତର ସବୁଠାରୁ ଦୁଲ୍ଲଭ ହୀରା କୋହିନୂର ନୁହେଁ । ଏହାପୂର୍ବରୁ ଭାରତରେ ଆଉ ଏକ ହୀରା ରହିଥିଲା ଯାହା ହଠାତ୍ ଅଦୃଶ୍ୟ ହୋଇ ଯାଇଥିଲା । ଏହି ହୀରାର ନାଁ ଥିଲା ଗ୍ରେଟ୍ ମୋଗଲ୍ । 

ହୀରାଟି ୭୮୭ କ୍ୟାରେଟର ରହିଥିଲା । ଏହି ହୀରା କଞ୍ଚା ପଥର ଆକାରରେ ଆବିଷ୍କୃତ ହୋଇଥିଲା । ଏହା ବେନିସର ଲୋପିଡାରୀ ହାର୍ଟାଟିଓ ଦ୍ୱାରା ଖୋଦିତ ହୋଇଥିଲା । ଏହା ଗୋଲକୋଣ୍ଡା ଖଣିରୁ ମିଳିଥିଲା । ସେହି ସମୟରେ ଏହି ହୀରାକୁ ଗୋଲାପ ଆକାରରେ କଟାଯାଇଥିଲା । ଯାହା ପ୍ରାୟ ୨୮୦ କ୍ୟାରେଟ୍ ଥିଲା । 

ଏହାକୁ ମୋଗଲ ସୁଲତାନଙ୍କ ସବୁଠାରୁ ମୂଲ୍ୟବାନ ହୀରା ଭାବରେ ବିବେଚନା କରାଯାଉଥିଲା । ୧୭୩୯ରେ ଫରାସୀ ଲୁଟେରା ନାଦିର ଶାହା ମୋଗଲ ସମ୍ରାଟ ମହମ୍ମଦ ଶାହାଙ୍କ ଭଣ୍ଡାର ଲୁଟ କରିଥିଲେ, ସେତେବେଳେ ସେ ଏହି ହୀରାକୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ। 

ପ୍ରାୟ ୧୭୪୦ ଦଶକରେ ନାଦିର ଶାହାଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ଏହି ହୀରା ବିଷୟରେ ମିଳିନି କୌଣସି ସୂଚନା । ବ୍ରିଟାନିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କୋହିନୂର ହୀରାକୁ ମଧ୍ୟ ସେହି ଗ୍ରେଟ ମୋଗଲ ହୀରାରୁ କଟା ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.