ତିବେରିୟାସ ଆକ୍ରମଣ ବେରୁଟ ଆକ୍ରମଣର ଜବାବ : ହିଜବୁଲ

Published By : Prameya-News7 Bureau | September 27, 2024 IST

ବେରୁଟ ୨୭।୯: ଲେବାନନର ଇରାନ ସମର୍ଥିତ ହିଜବୁଲ ଆତଙ୍କବାଦୀ ସମୂହ ୨୭ ସେପ୍ଟେମ୍ବର ଶୁକ୍ରବାର କହିଛନ୍ତି ଯେ ସେମାନେ ଇସ୍ରାଏଲୀ ସହର ତିବେରିୟାସକୁ ଟାର୍ଗେଟ କରି ରକେଟ ଆକ୍ରମଣ କରିଛନ୍ତି। ବୟାନରେ ହିଜବୁଲ କହିଛି ଏହି କାର୍ଯ୍ୟାନୁଷ୍ଠାନ ଲେବାବନନ ସହର ଓ ନାଗରିକଙ୍କ ଉପରେ ଇସ୍ରାଏଲର ବର୍ବର ଆକ୍ରମଣ ପ୍ରତିଶୋଧରେ କରାଯାଉଛି। ଏଥିରେ ଇସ୍ରାଏଲୀ ସେନା ପୁଷ୍ଟି କରିଛି ଯେ ଲେବାନନରୁ ଡ୍ରୋନ ଓ ରକେଟ୍ ତାର ଆକାଶ ସୀମାକୁ ପଶି ଆସିଛି। 

ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଗୁରୁବାର ବେରୁଟରେ ବିମାନ ଆକ୍ରମଣ କରି ହିଜବୁଲ ଏରିୟଲ କମାଣ୍ଡ ମୁଖ୍ୟ ମହମ୍ମହ ହୁସେନ ସରୁରକୁ ହତ୍ୟା କରିଛି। ଆଇଡିଏଫ ଏହି ନୂଆ ଅପଡେଟକୁ ଏକ୍ସ ରେ ବି ସେୟାର କରିଛି। ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବୟାନରେ ଇସ୍ରାଏଲର ବିମାନ ଆକ୍ରମଣରେ ଅନୁନ୍ୟ ୯୨ ଜଣଙ୍କ ମୃତ୍ୟୁ ହୋଇଥିବା ପୁଷ୍ଟି କରିଛି। ଏହି ଆକ୍ରମଣରେ ୧୫୩ ଜଣ ଆହତ ହୋଇଛନ୍ତି। ଏହି ପ୍ରକାର ଚଳିତ ସପ୍ତାହରେ ଲେବାନନ ଉପରେ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୭୦୦ ପାର ହୋଇଯାଇଛି। 

ଏଥି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ କାର୍ଯ୍ୟାଳୟର ଅଧିକାରୀକ ଏକ୍ସ ରେ ଏକ ବୟାନ ଜାରି କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ଆମେରିକା ନେତୃତ୍ୱରେ ଯୁଦ୍ଧ ବୀରାମ ଯୋଜନା ସମ୍ପର୍କରେ ବ୍ୟାପକ ଭୁଲ ରିପୋର୍ଟିଂ କରାଯାଉଥିବା ଉଲ୍ଲେଖ କରାଯାଇଛି। ବୟାନରେ କୁହାଯାଇଛି ଯେ ଚଳିତ ସପ୍ତାହ ଆରମ୍ଭରେ ଆମେରିକା ଇସ୍ରାଏଲ ସହିତ ଅନ୍ୟ ଅନ୍ତର୍ଜାତୀୟ ଓ ଆଞ୍ଚଳିକ ଭାଗୀଦାରଙ୍କ ସାଙ୍ଗରେ ମିଶି ଲେବାନନରେ ଯୁଦ୍ଧବୀରାମ ପ୍ରସ୍ତାବ ପେସ୍ କରିବାର ନିଜ ଇଛା ସେୟାର କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.