ପ୍ରକୃତି ଅଦ୍ଭୁତ ଜୀବ, ୩ଟି ଆଖିରେ ଦେଖେ ଏବଂ ପାଦରେ ନିଏ ନିଶ୍ବାସ-ପ୍ରଶ୍ବାସ

Published By : Prameya-News7 Bureau | September 26, 2024 IST

ନୂଆଦିଲ୍ଲୀ ୨୬।୦୯:  ସମୁଦ୍ର ଜଗତ । ଏବେବି ରହସ୍ୟରେ ଭରା । ସମୁଦ୍ରରେ ଏପରି କିଛି ଜୀବ ରହିଛନ୍ତି, ଯେଉଁମାନେ ଲୋକଲୋଚନରୁ ଦୂରେଇ ରହିଛନ୍ତି  । କିନ୍ତୁ ଏମାନେ ହୋଇଥାନ୍ତି ବହୁତ ଭିନ୍ନ । ଯାହାକୁ ଦେଖିବା ପରେ ଲୋକମାନେ ହୋଇଥାନ୍ତି ଆଶ୍ଚର୍ଯ୍ୟ । 

ଏବେ ଏପରି ଏକ ଜୀବ ସାମ୍ନାକୁ ଆସିଛି । ଯାହା ଖୁବ୍ ଚର୍ଚ୍ଚାରେ ରହିଛି । ଏହି ଜୀବଟିର ନାଁ ହେଉଛି ସି-ମଙ୍କି । ଏହାର ରହିଛି ୩ଟି ଆଖି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଜୀବଟି ପାଦରେ ନେଇଥାଏ ନିଶ୍ବାସ । 

ବୈଜ୍ଞାନିକଙ୍କ ଅନୁଯାୟୀ ସି-ମଙ୍କି କେବଳ ଗୋଟିଏ ଆଖି ସାହାଯ୍ୟରେ ଜନ୍ମ ହୁଅନ୍ତି । ଏହା ସମୟ ସହିତ ବଢିଥାନ୍ତି । ଏହାପରେ ଆଉ ଦୁଇଟି ଆଖି ବିକଶିତ ହୋଇଥାଏ । ତେବେ ଏହି ଜୀବଟି କେବଳ ୨ ଇଞ୍ଚର  ହୋଇଥାଏ । ଏମାନେ ମାତ୍ର ୨ରୁ ୩ ମାସ ବଞ୍ଚିଥାନ୍ତି ଏବଂ ମାଧ୍ୟାକର୍ଷଣ ନିୟମ ଏମାନଙ୍କ ଉପରେ ଲାଗୁ ହୋଇନଥାଏ । 

ସି-ମଙ୍କି ଫଟୋଟେକ୍ସିକ ହୋଇଥାଏ । ଅର୍ଥାତ୍ ଏମାନେ  ଆଲୋକ ପ୍ରତି ଆକର୍ଷିତ ହୁଅନ୍ତି । ଯଦି ପାଣିରେ ଆଲୋକକୁ ପକାନ୍ତି ତେବେ ସି-ମଙ୍କି ଆଲୋକ ଆଡକୁ ପହଁରୁଥିବା ଦେଖିବାକୁ ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.