ଶୋଇବା ପୂର୍ବରୁ ପାଦରେ ଲଗାନ୍ତୁ ସୋରିଷ ତେଲ, ମିଳିବ ଏହି ଉପକାର

Published By : Prameya-News7 Bureau | September 27, 2024 IST

ନୂଆଦିଲ୍ଲୀ ୨୭।୦୯: ଭାରତୀୟ ଘରମାନଙ୍କରେ ଛୋଟମୋଟ ରୋଗରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଘରୋଇ ଉପାୟ ଆପଣାଇଥାନ୍ତି, ଯାହା ପିଢି ପରେ ପିଢି ଚାଲିଆସୁଛି । ସେମିତି ଏକ ଉପାୟ ହେଉଛି ମୁଣ୍ଡରେ ତେଲ ମାଲିସ୍‌ କଲେ ଚିନ୍ତା ଦୂର ହେବା ସହ କେଶ ମୂଳ ମଜଭୁତ ହୋଇଥାଏ । ତା’ ସହିତ ଭଲ ନିଦ ଆସିବା କଥା ସମସ୍ତେ ଜାଣନ୍ତି । 

କିନ୍ତୁ ଶୋଇବା ପୂର୍ବରୁ ହାଲ୍‌କା ଉଷୁମ ସୋରିଷ ତେଲ ପାଦରେ ଲଗାଇବା ଦ୍ୱାରା କ'ଣ ଲାଭ ହୁଏ ଜାଣନ୍ତି କି? 

-ନିୟମିତ ରାତିରେ ଶୋଇବା ପୂର୍ବରୁ ପାଦରେ ହାଲ୍‌କା ସୋରିଷ ତେଲ ମାଲିସ୍‌ କରିବା ଦ୍ୱାରା ଥକାପଣ କମିବା ସହ ଚିନ୍ତା ଦୂର ହୋଇଥାଏ । ନିଦ ଭଲ ହୁଏ। -ଯେଉଁମାନଙ୍କୁ ରାତିରେ ନିଦ ଆସିବାରେ ସମସ୍ୟା ହେଉଥିବ ସେମାନେ ପାଦରେ ହାଲ୍‌କା ଉଷୁମ ସୋରିଷ ତେଲ ମାଲିସ୍‌ କରିବା ଏକ ଭଲ ବିକଳ୍ପ । 

-ପାଦରେ ସୋରିଷ ତେଲ ମାଲିସ୍‌ କରିବା ଦ୍ୱାରା ଓଜନ ମଧ୍ୟ କମ୍‌ କରିପାରିବେ । 

ତେଲ ମାଲିସ୍‌ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ବଢିବା ସହ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ । 

- ଯଦି ପ୍ରାୟ ସମୟ ମୁଣ୍ଡବିନ୍ଧା ରହୁଥାଏ, ତେବେ ନିୟମିତ ରାତିରେ ଶୋଇବା ପୂର୍ବରୁ ୫ ମିନିଟ୍‌ ପାଇଁ ପାଦରେ ହାଲ୍‌କା ଉଷୁମ ସୋରିଷ ତେଲ ଲଗାଇନ୍ତୁ । କିଛିଦିନ ପରେ ଫର୍‌କ ନିଶ୍ଚୟ ଦେଖିବେ । 

- ଏହି ମାଲିସ୍‌ କରିବା ଦ୍ୱାରା ହଜମ ପ୍ରକ୍ରିୟାରେ ସୁଧାର ଆସିବା ସହ ତ୍ୱଚାରେ ଥିବା ଦାଗ ମଧ୍ୟ ଦୂର ହୋଇଥାଏ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.