ଦୁନିଆର ବିପଜ୍ଜନକ ସିକ୍ରେଟ ଏଜେନ୍ସି, ବଡ ବଡ ସିକ୍ରେଟ୍‌ ମିଶନରେ ମହିଳା ଏଜେଣ୍ଟ, ମିଶନ ସଫଳତା ପାଇଁ ବନ୍ଧୁତା, ଫ୍ଲଟିଂ, ଆଉ...

Published By : Prameya-News7 Bureau | September 25, 2024 IST

ନୂଆଦିଲ୍ଲୀ ୨୫।୦୯: ଦୁନିଆର ସବୁଠାରୁ ବିପଜ୍ଜନକ ଏବଂ ଶକ୍ତିଶାଳୀ ସିକ୍ରେଟ ଏଜେନ୍ସି  । ଇହୁଦି ରାଷ୍ଟ୍ରର ଭୟାନକ ଗୋଇନ୍ଦା ସଂସ୍ଥା । ଯେତିକି ଦୁର୍ଦ୍ଦଶ ସେତିକି ଖତରନାକ୍ । ଇସ୍ରାଏଲର ସବୁଠୁ ବଡ଼ ଅସ୍ତ୍ର ମୋସାଦ । ଏଜେନ୍ସି କେବଳ ଯେ ପୁରୁଷ ଏଜେଣ୍ଟକୁ ନେଇ କାମ କରେ ତା ନୁହେଁ, ମୋସାଦର ବଡ ବଡ ମିଶନରେ କାମ କରନ୍ତି ମହିଳା ଏଜେଣ୍ଟ । ସିକ୍ରେଟ୍‌ ମିଶନକୁ ସଫଳ କରିବାକୁ ମହିଳା ଏଜେଣ୍ଟ କିଛି ବି କରିପାରନ୍ତି । ଏମାନେ ବନ୍ଧୁତା ଠାରୁ ଆରମ୍ଭ କରି ଫ୍ଲଟିଂ ଯାଏଁ ସବୁ କିଛି କରିଥାନ୍ତି । 

ଲେବାନନରେ ପେଜର ଆଟାକ୍‌ ପରେ ପୁଣି ଚର୍ଚ୍ଚାରେ ଇସ୍ରାଏଲ୍‌ର ସିକ୍ରେଟ ଏଜେନ୍ସି ମୋସାଦ  । ଏହାସହ ପୁଣି ପ୍ରମାଣିତ ହୋଇଛି ମୋସାଦ ସବୁଠାରୁ ପାଓ୍ବାରଫୁଲ ସିକ୍ରେଟ ଏଜେନ୍ସି । ଏହାର ସବୁ ଅପରେସନ ଉପରେ ହେଉଛି ଖୁବ୍‌ ଆଲୋଚନା । କିନ୍ତୁ ଜାଣନ୍ତି କି ମୋସାଦରେ ମହିଳା ଏଜେଣ୍ଟଙ୍କ ସଂଖ୍ୟା କେତେ ?  ମୋସାଦର ମହିଳା ଏଜେଣ୍ଟ କେତେ ଦକ୍ଷ ? ଆଉ କେତେ ଡେଡିକେଟେଡ୍‌ ? କେତେ ଟାର୍ଗେଟ ଓରିଏଣ୍ଟେଡ୍‌ ? 

ରିପୋର୍ଟ ଅନୁଯାୟୀ ମୋସାଦରେ ୪୦ ପ୍ରତିଶତ ରହିଛନ୍ତି ମହିଳା ଏଜେଣ୍ଟ । ଏମାନଙ୍କ ମଧ୍ୟରୁ ୨୪ ପ୍ରତିଶତ ରହିଛନ୍ତି ବରିଷ୍ଠ ଏଜେଣ୍ଟ । ମୋସାଦର ମହିଳା ଏଜେଣ୍ଟ ହୋଇଥାନ୍ତି ମଲ୍ଟିଟାସ୍କିଙ୍ଗ୍‌ । ଏଥିପାଇଁ ସେମାନଙ୍କୁ ଅନେକ ମିଶନ ପାଇଁ ପଠାଯାଏ । କୁହାଯାଏ କି ମୋସାଦର ମହିଳା ଏଜେଣ୍ଟ କେବଳ ଫ୍ଲଟ କରି ମିଶନକୁ କରିଥାନ୍ତି ସଫଳ । କିନ୍ତୁ ଏପରି ହୋଇନଥାଏ । ମୋସାଦର ମହିଳା ଏଜେଣ୍ଟଙ୍କ କାମ କରିବାର ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ । ସେମାନଙ୍କ ଜୀବନ ପ୍ଲାନିଙ୍ଗ, ରାତି ଅନିଦ୍ରା, ଆଉ କେତେବେଳେ ଫ୍ଲଟିଂ, ଆସଲ୍ଟ, ଆଟାକ୍‌ ପରି ବିପଦରେ ଭରପୂର । 

ଟାଇମ୍ସ ଅଫ ଇସ୍ରାଇଲର ରିପୋର୍ଟ ଅନୁଯାୟୀ, ମୋସାଦର ମହିଳା ଏଜେଣ୍ଟଙ୍କ ଜୀବନଶୈଳୀ ଏକ ଫିଲ୍ମର ସିକ୍ରେଟ୍‌ ଏଜେଣ୍ଟ ପରି ହୋଇଥାଏ । ଅନେକ ହାଇ ରାଙ୍କଂ ମହିଳା ଅଫିସର ଦେଶର ବଡ ବଡ ଅପରେଶନରେ ସାମିଲ ହୋଇଥାନ୍ତି । ମୋସାଦର ମହିଳା ଏଜେଣ୍ଟ ଏରିକା ଚାମ୍ବରସ୍ । ସେ ଏଜେଣ୍ଟ ପେନେଲୋପ୍ ନାଁରେ ଜଣାଶୁଣା  । ସେ ମୁନିଚ୍‌ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଅଲି ହାସନ ସଲାମଙ୍କୁ ହତ୍ୟା କରିଥିଲେ । 

୧୯୮୭ରେ ମୋସାଦ ଏକ ଖତରନାକ ଅପରେସନ ମହିଳା ଏଜେଣ୍ଟଙ୍କୁ ନେଇ କରିଥିଲା । ଏହି ଅପରେଶନକୁ ଲିଡ କରିଥିଲେ ସିଣ୍ଡି ନାମକ ଜଣେ ମହିଳା ଏଜେଣ୍ଟ । ତାଙ୍କ ନିର୍ଦ୍ଧେଶରେ ଡିମୋନା ପ୍ଲାଣ୍ଟରେ ଥିବା ପରମାଣୁ ଟେକ୍ନିସିଆନ୍ ଇସ୍ରାଏଲର ପରମାଣୁ ଶସ୍ତ୍ରାଗାରର ରହସ୍ୟକୁ ସଣ୍ଡେ ଟାଇମ୍ସକୁ ବିକ୍ରି କରିଥିଲେ । ସେହି ଟେକ୍ନିସିଆନଙ୍କୁ ଧରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମହିଳା ଏଜେଣ୍ଟ । ଜଣେ ସିନିୟର ମହିଳା ଏଜେଣ୍ଟଙ୍କ ଅନୁଯାୟୀ, ଦେଶ ପାଇଁ ଅନେକ ସମୟରେ ମହିଳା ହେବାର ଫାଇଦା ଉଠାଇବାକୁ ପଡିଥାଏ । ଏଥିରେ କିଛି ଭୁଲ ନୁହେଁ । ଫ୍ଲଟିଂ ହେଉଛି ମିଶନରେ ଆଗକୁ ବଢିବାକୁ ଏକ ଲାଇନ । ଏହାକୁ ପାର୍‌ କରିବାକୁ ହିଁ ପଡିଥାଏ । 

କିନ୍ତୁ ଏହି ପେଶାରେ ମହିଳା ଏଜେଣ୍ଟଙ୍କ ପାରିବାରିକ ଜୀବନ ବହୁତ ପ୍ରଭାବିତ ହୋଇଥାଏ । ଖାସ୍‌ କରି ପରିବାର ଚଳାଉଥିବା ମହିଳାଙ୍କ ପାଇଁ ଏହି ଏଜେଣ୍ଟର ଜୀବନଶୈଳୀ ବହୁତ ଚ୍ୟାଲେଞ୍ଜିଙ୍ଗ । ଏଥିପାଇଁ ଅନେକ ମହିଳା ଏକାକୀ ଜୀବନ ବିତେଇଥାନ୍ତି ।  ସ୍ପେଶାଲ୍‌ ଟାସ୍କ ଫୋର୍ସଙ୍କ ବ୍ୟତୀତ ମହିଳା ଏଜେଣ୍ଟଙ୍କୁ ପୁରୁଷ ଏଜେଣ୍ଟଙ୍କ ପରି ଅନ୍ୟ କୌଣସି ସ୍ଥାନରେ କାମ କରିବାକୁ ପଡିଥାଏ । ଏମାନେ ମିଶନ ପାଇଁ ପରିଚୟ ବଦଳାଇ କାମ କରିଥାନ୍ତି । ମୋସାଦ ଇତିହାସରେ ଏପରି ଅନେକ ମିଶନ ରହିଛି ଯାହାକୁ ମହିଳା ଏଜେଣ୍ଟ ହିଁ କରିଛନ୍ତି ସକ୍ସେସ୍‌ଫୁଲ୍‌ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.