ଆସନ୍ତା ୨୭ରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, ଫୋକସରେ ରହିବ ନିର୍ବାଚନ ପୋଷ୍ଟମର୍ଟମର କାରଣ ଖୋଜା କମିଟି ଚୟନ

Published By : Prameya-News7 Bureau | September 25, 2024 IST

ଭୁବନେଶ୍ବର ୨୫।୯: ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ ଦଳୀୟ ସଭାପତି ନବୀନ ପଟ୍ଟନାୟକ ଯୋଗ ଦେବେ । ଆଗକୁ ହେବାକୁ ଥିବା ପଦଯାତ୍ରା, ନୂଆ କମିଟି ଓ ଅନ୍ୟ ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା ହେବ । ନିର୍ବାଚନ ପୋଷ୍ଟମର୍ଟମର କାରଣ ଖୋଜା କମିଟି ଚୟନ ବି ଫୋକସରେ ରହିବ । 

ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ବିରୋଧୀ ଦଳରେ ରହି ବି ବିକାଶ ଆମ ପ୍ରାଥମିକତା । ଆଗକୁ ବିକାଶ ପାଇଁ ହଲଚଲ ଲାଗି ରହିବ ।

ବିଜେଡିର ସାଂଗଠନିକ ସ୍ଥିତିକୁ ନେଇ ଦଳର ବରିଷ୍ଠ ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ପୁଣି ଥରେ ଦଳକୁ ଏକ ଓ ଅଭିନ୍ନ ଭାବନାରେ ଆଗେଇ ନେବାର ବର୍ତ୍ତମାନ ଆବଶ୍ୟକତା ରହିଛି । ଦଳୀୟ ନେତା ଯେଉଁ ମାନେ ବିମୁଖ ହୋଇଛନ୍ତି ବିଶେଷ କରି ବିଭିନ୍ନ କ୍ୟାଡ଼ର ମାନେ, ଲିଡ଼ର ମାନେ ତାଙ୍କୁ କେମିତି ପୁଣି ଥରେ ଫେରେଇ ଆଣି ପାରିବା ସେ ଦିଗରେ କାମ କରାଯିବା ଉଚିତ । ଦଳକୁ ଆମେ କିପରି ବର୍ତ୍ତମାନ କ୍ଷୀପ୍ର ଗତିରେ ଆଗକୁ ନେଇ ପାରିବା ସାଙ୍ଗଠନିକ ଶକ୍ତି ବୃଦ୍ଧି କରି ପାରିବା ତାହା କରିବାର ଆବଶ୍ୟକତା ରହିଛି । 

You Can Read:

କାର୍ଯ୍ୟକର୍ତ୍ତାଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ମୁଖ୍ୟମନ୍ତ୍ରୀ, ପଖାଳ ସହ ଖାଇଲେ ସ୍ପେଶାଲ ଘାଣ୍ଟ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.