ଆଲିଆଙ୍କୁ ପ୍ରଶଂସା, ଐଶ୍ଵର୍ଯ୍ୟାଙ୍କୁ ଇଗନୋର ; ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ନବ୍ୟା

Published By : Prameya-News7 Bureau | September 25, 2024 IST

ମୁମ୍ଵାଇ ୨୫।୦୯; ପ୍ୟାରିସ୍ ଫ୍ୟାଶନ ୱିକ୍‌ ୨୦୨୪ ଚର୍ଚ୍ଚାରେ ରହିଛି। ନିକଟରେ ଏହି ଇଭେଣ୍ଟରେ ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ରାଣୀ ପରି ନିଜର ଚମତ୍କାର ଦେଖାଇଥିଲେ। ଏହି ବର୍ଷ ଆଲିଆ ଭଟ୍ଟ ମଧ୍ୟ ପ୍ୟାରିସ ଫ୍ୟାଶନ ୱିକ୍‌ରେ ଡେବ୍ୟୁ କରିଥିଲେ । ଯେଉଁଥିପାଇଁ ସେ ଅନେକ ଲାଇମଲାଇଟ୍ ହାସଲ କରିଥିବା ଦେଖିବାକୁ ମିଳିଥିଲା । ଏସବୁ ମଧ୍ୟରେ ଅମିତାଭଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଏବେ ତାଙ୍କ ମାଇଁ ଐଶ୍ୱର୍ଯ୍ୟାଙ୍କୁ ଅଣଦେଖା କରିବ ବହୁତ ଟ୍ରୋଲ ହେଉଛନ୍ତି। 

ଐଶ୍ୱର୍ଯ୍ୟା ରାୟ ଅନେକ ବର୍ଷ ଧରି ପ୍ୟାରିସ୍ ଫ୍ୟାଶନ ୱିକ୍‌ରେ ନିଜର ଯାଦୁ ଦେଖାଇଥିଲେ। ପ୍ରତିବର୍ଷ ଲୋକମାନେ ପ୍ୟାରିସ୍ ଫ୍ୟାଶନ ୱିକ୍‌ରୁ ତାଙ୍କ ଲୁକ୍‌ ଚର୍ଚ୍ଚାକୁ ଆସେ । ଐଶ୍ୱର୍ଯ୍ୟା ଏକ ସୁନ୍ଦର ସାଟିନ୍ ଲାଲ୍ ପୋଷାକରେ ନଜର ଆସିଥିଲେ । ଯାହା ଫଳରେ ପ୍ରଶଂସକମାନେ ଅଭିନେତ୍ରୀଙ୍କ ଲୁକକୁ ବହୁତ ପସନ୍ଦ କରୁଛନ୍ତି ।

ପ୍ୟାରିସ୍ ଫ୍ୟାଶନ୍ ୱିକ୍‌ରେ, ଆଲିଆ ଭଟ୍ଟ ଏକ କଳା ରଙ୍ଗର ଜମ୍ପସୁଟ୍ ସହିତ ଏକ ସିଲଭରର ମେଟାଲିକ୍‌ ବସ୍ତିଆର୍ ପିନ୍ଧିଥିଲେ । ଏହି ଲୁକରେ ଆଲିଆ ବହୁତ ସୁନ୍ଦର ଦେଖାଯାଉଥିଲେ । ସମସ୍ତେ ତାଙ୍କ ଲୁକ୍‌କୁ ଦେଖି ଦିୱାନା ହୋଇଗଲେ । ଆଲିଆ ଇନଷ୍ଟାଗ୍ରାମରେ ଫଟୋ ମଧ୍ୟ ସେୟାର କରିଥିଲେ । ଆଲିଆଙ୍କ ଏହି ଫଟୋ ଉପରେ ପ୍ରଶଂସକମାନେ ବହୁତ କମେଣ୍ଟ କରୁଛନ୍ତି । ଅମିତାଭଙ୍କ ନାତୁଣୀ ନବ୍ୟା ମଧ୍ୟ ତାଙ୍କ ଫଟୋରେ ଆଲିଆଙ୍କୁ ପ୍ରଶଂସା କରିଥିଲେ।

ଆଲିଆଙ୍କୁ ପ୍ରଶଂସା କରିବା ନବ୍ୟାଙ୍କୁ ମହଙ୍ଗା ପଡିଛି। ଆଲିଆଙ୍କୁ ପ୍ରଶଂସା କରୁଥିବାବେଳେ ଲୋକମାନେ ତାଙ୍କ ମାଇଁ ଐଶ୍ୱର୍ଯ୍ୟାଙ୍କୁ ଅଣଦେଖା କରିଥିବାରୁ ତାଙ୍କୁ ଟ୍ରୋଲ କରାଯାଉଛି। ଆଲିଆଙ୍କ ପୋଷ୍ଟରେ ନବ୍ୟାଙ୍କ କମେଣ୍ଟରେ ଜଣେ ଲେଖିଛନ୍ତି, ତୁମେ ତୁମର ମାଇଁଙ୍କୁ ସମର୍ଥନ କର। ଆଉ ଜଣେ ଲେଖିଛନ୍ତି-ତୁମର ତାଙ୍କ ସହ ପଡୁ ନାହିଁ କି ? ଏହା ସହ ଅମିତାଭଙ୍କ ପରିବାର ଏବଂ ବୋହୂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ମତଭେଦ ଚାଲିଛି ବୋଲି ପୁଣି ଥରେ ଆଲୋଚନା ଆରମ୍ଭ ହୋଇଛି। କିନ୍ତୁ ଏହି ଗୁଜବ ଉପରେ ଐଶ୍ଵର୍ଯ୍ୟା-ଅଭିଷେକ କେବେ ପ୍ରତିକ୍ରିୟା ଦେଇ ନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.