MeToo ମାମଲା, ମୁକେଶଙ୍କ ପରେ ଗିରଫ ହୋଇପାରନ୍ତି ସିଦ୍ଧିକ

Published By : Prameya-News7 Bureau | September 24, 2024 IST

କେରଳ ୨୪/୯: ମାଲାୟଲମ ଅଭିନେତା ତଥା ବିଧାୟକ ମୁକେଶଙ୍କ ପରେ ସହଯୋଗୀ ସିଦ୍ଧିକଙ୍କ ପାଳି । MeToo ମାମଲାରେ ମଙ୍ଗଳବାର ମୁକେଶଙ୍କୁ ଗିରଫ କରାଯାଇଥିବାବେଳେ ଏବେ ତାଙ୍କ ସହଯୋଗୀ ସିଦ୍ଧିକଙ୍କୁ ମଧ୍ୟ ଗିରଫ କରାଯାଇପାରେ। 

ଦକ୍ଷିଣ ଭାରତକୁ ଦୋହଲାଇଦେଇଛି ହେମା କମିଟି ରିପୋର୍ଟ। ସିଦ୍ଧିକ ଆଗୁଆ ଜାମିନ ଆବେଦନ କରିଥିବାବେଳେ ଆବେଦନକୁ ଖାରଜ କରିଦେଇଛନ୍ତି କେରଳ ହାଇକୋର୍ଟ। ପୋଲିସ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଥିବା ଜାଣିବା ପରେ ସେ ଫେରାର ହୋଇଯାଇଛନ୍ତି। ଜଣେ ପୂର୍ବତନ ଅଭିନେତ୍ରୀ ମୁକେଶଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ।

ଶାସକ କମ୍ୟୁନିଷ୍ଟ ଦଳର ଜଣେ ଆଇନଜୀବୀ ମୁକେଶଙ୍କୁ କେରଳ କୋର୍ଟରୁ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଜାମିନ ଆବେଦନକୁ କେରଳ ହାଇକୋର୍ଟ ଦିନକ ପୂର୍ବରୁ ଖାରଜ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.