ବିଜେପି ଉପରେ ବର୍ଷିଲେ ସନ୍ତୃପ୍ତ ମିଶ୍ର, କହିଲେ 'ଯୋଜନାର ରଙ୍ଗ ବଦଳାଅନି, କାର୍ଯ୍ୟ କର'

Published By : Prameya-News7 Bureau | September 24, 2024 IST

ଭୁବନେଶ୍ୱର ୨୪/୦୯: ୨୪ ବର୍ଷରେ ବିଜେଡି ସରକାର କିଛି କାମ କରିନି ବୋଲି ଅଭିଯୋଗ କରୁଛି । କିନ୍ତୁ ବିଜେଡି ସରକାର କଣ କରିଛନ୍ତି ତାର ରିପୋର୍ଟ ଦେଇଛି  ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈଟିକ ପରାମର୍ଶଦାତା ପରିଷଦ କମିଟି । ଏକଥା କହି ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସଭାପତିଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର । ସେ କହିଛନ୍ତି ୮୮୬୦ ଦିନ କାମ କରିଥିଲେ ନବୀନ ପଟ୍ଟନାୟକ । 

ଏବେ ୧୦୦ ଦିନର ସରକାର କହୁଛନ୍ତି ନବୀନଙ୍କ ୨୪ ବର୍ଷ କାଳରେ କାମ ହୋଇନି । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ୱାର୍କିଂ ପେପର ପ୍ରକାଶ ପାଇଥିଲା । ଯାହା ନବୀନ ସମୟ ପାଇଁ ଗର୍ବ ଆଣିଛି । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ କହିଛି ଯେ ମୁଣ୍ଡ ପିଛା ଆୟ ଦେଶ ତୁଳନାରେ ଓଡ଼ିଶାରେ ଭଲ । ୨୦୦୧ରେ ଏହା ୫୫.୮% ଥିଲା । ଯାହା ୨୦୨୩-୨୪ରେ ୮୮.୫%. ଜିଡିପି ଯୋଗଦାନରେ ପଞ୍ଜାବ, ମହାରାଷ୍ଟ୍ର ଓ ଦିଲ୍ଲୀ ତୁଳନାରେ ଭଲ । 

୨୦୦୧ରେ ୨.୩ % ୨୦୨୩-୨୪ରେ ୨.୮% ହୋଇଛି ।  ଏହି ସମୟରେ ନବୀନ ପଟ୍ଟନାୟକ ସରକାର ଓଡ଼ିଶା ରାଜସ୍ୱ କ୍ଷେତ୍ରରେ ବଳକା ରାଜସ୍ୱ ଛାଡ଼ିଛନ୍ତି । ୨୦୦୦ ପୂର୍ବରୁ RBIର ଓଡ଼ିଶା ୧୪୪ କୋଟି overdraft ଥିଲା । ସରକାରୀ କର୍ମଚାରୀ ଦରମା ପାଉ ନଥିଲେ । ୨୪ ବର୍ଷରେ ଦେବାଳିଆ ରାଜ୍ୟ ଅର୍ଥନୈତିକ ଶୃଙ୍ଖଳାରେ ପହଂଚିଥିଲା । ବିଭିନ୍ନ ଯୋଜନା ପାଇଁ ଦାରିଦ୍ର ଦୂରୀକରଣ ହୋଇଛି । ଦୁଇଟି ବିଶ୍ୱ କପ ହକି ହୋଇଥିଲା । ଯଦି ବିକାଶ ହୋଇ ନଥାନ୍ତା, ବିଶ୍ୱ କପ ପାଇଁ କେହି ଆସି ନଥାନ୍ତେ । 


୨୦୦୦ ମସିହାରେ ୭୦% BPL ଥିଲେ । ଯାହା ଏବେ ୧୦% । ୨୦୦୦ ମସିହାରେ ୧୦ ହଜାର କୋଟି ବଜେଟ ଥିଲା । ନବୀନଙ୍କ ଶେଷ ବଜେଟ ୨.୫୫ ଲକ୍ଷ କୋଟି ଥିଲା । ମାଛ ଉତ୍ପାଦନରେ ଓଡ଼ିଶା ଏବେ ୪ ସ୍ଥାନରେ । ନବୀନ ସରକାର ସମୟରେ ୬ ବିମାନ ବନ୍ଦର ହେଲା. ଗୋଟେ ଅନ୍ତର୍ଜାତୀୟ ବିମାନ ବନ୍ଦର ଅଛି । 

ନୂଆ ସରକାର ଯେଉଁ ସବୁ ନୀତି ଓ ଯୋଜନା କରିଥିଲା, ତାକୁ ରଙ୍ଗ ଓ ନାଁ ପରିବର୍ତନ ନ କରି, ସେହି କାମ ବର୍ତ୍ତମାନ ସରକାର ଜାରି ରଖିଲେ, ରାଜ୍ୟ ପ୍ରଗତି ହେବ. ଯୋଜନା ବନ୍ଦ କଲେ, ଭବିଷ୍ୟତ ଫଳାଫଳ ଭଲ ହେବନି । କେନ୍ଦ୍ର ସରକାରଙ୍କ ନୀତି ଯୋଗୁଁ inflation ବଢିଛି । ଅର୍ଥନୀତି ପ୍ରଗତି ପାଇଁ ରୋଜଗାର, ଆଇନ ଶୃଙ୍ଖଳା, ନିବେଶ ଦରକାର । ହେଲେ ଏବେ ଯେଉଁ ଆଇନ ଶୃଙ୍ଖଳା ଅଛି, ନିବେଶକ ଫେରି ଯିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.