ତିରୁପତି ବିବାଦ ପରେ ମୁହଁ ଖୋଲିଲେ ଜିଲ୍ଲାପାଳ, କହିଲେ ଶ୍ରୀମନ୍ଦିର ଘିଅର ହେବ ମାନ ଯାଞ୍ଚ

Published By : Prameya-News7 Bureau | September 24, 2024 IST

ପୁରୀ ୨୪/୦୯: ପୁରୀ ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ହେବ ମାନ ଯାଞ୍ଚ । ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ବ୍ୟବହାର ହୁଏ ଘିଅ । ତେବେ ନକଲି ଘିଅରେ ଭୋଗ ପ୍ରସ୍ତୁତ ହେବା ନେଇ କୌଣସି ଅଭିଯୋଗ ଆସି ନାହିଁ । ଖୁବଶୀଘ୍ର ଏହାର ମାନ ଯାଞ୍ଚ ହେବ । 

ଓମଫେଡ ସହିତ ମଧ୍ୟ ଆଲୋଚନା କରାଯିବ । ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ଘିଅ ବ୍ୟବହାର ହେଉଥିବାର ସମ୍ଭାବନା ଅଛି । ମାନ ଯାଞ୍ଚ କରାଯାଇ ସମସ୍ତ ପଦକ୍ଷେପ ନିଆଯିବ । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସୂଚନା । 

ସୂଚନା ଥାଉକି, ପଶୁ ଚର୍ବି ଓ ତେଲରେ ତିଆରି ହୋଇଛି ତିରୁପତି ମନ୍ଦିର ପ୍ରସାଦ ଲଡୁ । ଅଭିଯୋଗ ଆସିବା ପରେ ରିପୋର୍ଟ ବି ଯାଞ୍ଚ ହୋଇଥିଲା । ଯାହାକୁ ନେଇ ରାଜନୀତି ବି ଜୋରଦାର ହୋଇଛି । 

ଏବେ ତିରୁପତି ମନ୍ଦିର ପରେ ସବୁ ମନ୍ଦିରରେ ପ୍ରସାଦ ନେଇ ଉଠିଛି ପ୍ରଶ୍ନ । ଏହାରି ଭିତରେ ପୁରୀ ମନ୍ଦିରରେ ତିଆରି ହେଉଥିବା ପ୍ରସାଦର ମାନ୍ ଯାଞ୍ଚ ହେବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ଖାସ୍ କରି ଘିଅର ମାନ ଯାଞ୍ଚ ହେବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.