ମଧ୍ୟ ପ୍ରଦେଶ ଦମୋହରେ ଭୟଙ୍କର ସଡ଼କ ଦୁର୍ଘଟଣା, ଅଟୋକୁ ଚାପିଦେଲା ଟ୍ରକ୍, ୭ ମୃତ

Published By : Prameya-News7 Bureau | September 24, 2024 IST

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ଦମୋହରେ ବଡ଼ ସଡ଼କ ଦୁର୍ଘଟଣା । ଏଠାରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଅଟୋ ଉପରେ ଚଢ଼ିଯିବାରୁ ଅଟୋରେ ଥିବା ଲୋକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଦୁର୍ଘଟଣାରେ ସାତ ଜଣକ ମୃତ୍ୟୁ ହୋଇଛି । ଅଟୋରେ ଡ୍ରାଇଭରକୁ ମିଶାଇ ୧୦ ଜଣ ଯାତ୍ରୀ ଥିଲା। 

ଦୁର୍ଘଟଣା ଦେହାତ ଥାନା ସମନ୍ନା ନିକଟରେ ଘଟିଛି। ଜିଲ୍ଲାର ବାନ୍ଦକପୁରର ତରଫରୁ ଆସୁଥିବା ଏକଂ ଅଟୋକୁ ଦମୋହ ଆଡ଼ୁ ଆସୁଥିବା ଏକ ଟ୍ରକ ସାମ୍‌ନାରୁ ଧକ୍କା ଦେଇଥିଲା। ଅଟୋରେ ଥିବା ପରିବାରର ଲୋକଙ୍କୁ ବାନ୍ଦକପୁର ଦର୍ଶନ ପାଇଁ ଯାଉଥିବା ସମୟରେ ଲୋଡର ଟ୍ରକ୍ ଅଟୋ ଉପରେ ଚଢ଼ିଯାଇଥିଲା। ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଦମୋହ ଜିଲ୍ଲାପାଳ ସୁଧୀର କୋଚଙ୍କ ଅନୁଯାୟୀ, ମାମଲାର ଯାଞ୍ଚ କରାଯାଉଛି। ଘଟଣାରେ ୭ ଜଣକ ମୃତ୍ୟୁ ହୋଇଛି, ଯେତେବେଳେକି ୩ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୨ ଜଣକୁ ଜବଲପୁର ପଠାଯାଇଛି। ଏସପି ଘଟଣା ତଦନ୍ତ ଜାରି ରହିଥିବା କହିଛନ୍ତି। 

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଅଟୋଟି ଟ୍ରକରେ ହିଁ ଫସିରହିଥିଲା। ଟ୍ରକରେ ଫସିଥିବା ଅଟୋରୁ ଶବ ତଥା ଆହତଙ୍କୁ କାଢ଼ିବା ପାଇଁ ଜେସିବି ଆବଶ୍ୟକତା ପଡ଼ିଥିଲା। ଘଟଣାରେ ମୃତ ସାତ ଜଣକ ମଧ୍ୟରୁ ପାଞ୍ଚ ଜଣ ଗୋଟିଏ ପରିବାରର। ପରିବାର ବାନ୍ଦକୁରରେ ମନ୍ଦିର ଦର୍ଶନ ପାଇଁ ଯାଉଥିଲା। ଘଟଣାରେ ଅଟୋ ଡ୍ରାଇଭରର ମୃତ୍ୟୁ ହୋଇଛି। ସେହିଭଳି ଟ୍ରକ ଡ୍ରାଇଭରକୁ ପୋଲିସ ଧରିବାରେ ସଫଳ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ଟ୍ରକ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.