ହାରିନୀ ଅମରସୂର୍ଯ୍ୟା ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ; ତୃତୀୟ ମହିଳା ପିଏମ୍ ଭାବେ ନେଲେ ଶପଥ

Published By : Prameya-News7 Bureau | September 25, 2024 IST

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ । ଶପଥ ନେବା ପରେ ମଙ୍ଗଳବାର ସଂସଦ ଭଙ୍ଗିବା ପାଇଁ ସ୍ବତନ୍ତ୍ର ରାଜପତ୍ର ଅଧିସୂଚନା ଉପରେ ହସ୍ତାକ୍ଷର କରିଛନ୍ତି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ରାଷ୍ଟ୍ରପତି ଦିସାନାୟକେ ୪ ସଦସ୍ୟ ବିଶିଷ୍ଟ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି ଏବଂ ହାରିନୀ ଅମରସୂର୍ଯ୍ୟାଙ୍କୁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି । ଦିସାନାୟକେଙ୍କ ଉପସ୍ଥିତି ନୂଆ ପ୍ରଧାନମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ହାରିନୀ ଅମରସୂର୍ଯ୍ୟା ଶ୍ରୀଲଙ୍କାର ତୃତୀୟ ମହିଳା ପିଏମ୍ ହୋଇଛନ୍ତି । ତାଙ୍କ ପୂର୍ବରୁ ସିରିମାଭୋ ଭଣ୍ଡାରନାୟକେଙ୍କ ଝିଅ ଚନ୍ଦ୍ରିକା ଭଣ୍ଡାରନାୟକେ କୁମାରତୁଙ୍ଗା ଶ୍ରୀଲଙ୍କ ପ୍ରଧାନମନ୍ତ୍ରୀ ଭାର ସମ୍ଭାଳି ସାରିଛନ୍ତି । ସେ ରାଷ୍ଟ୍ରପତି ହେବାର କିଛି ଦିନ ପୂର୍ବରୁ ଏହି ପଦ ଦାୟିତ୍ବରେ ଥିଲେ । 

ଏନପିପି ସାଂସଦ ବିଜିତା ହେରାଥ ଏବଂ ଲକ୍ଷ୍ମଣ ନିପୁଣାରାଚ୍ଚୀ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମଙ୍ଗଳବାର ମଧ୍ୟ ରାତ୍ରିରୁ ସଂସଦକୁ ଭାଙ୍ଗି ଦିଆଯାଇଛି ଏବଂ ଆସନ୍ତା ନଭେମ୍ବର ୧୪ ତାରିଖରେ ନୂଆ ସଂସଦ ଗଠନ ପାଇଁ ନିର୍ବାଚନ ହେବ । ଶ୍ରୀଲଙ୍କାରେ ଶନିବାର ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିସାନାୟକେ କହିଥିଲେ, ସେ ତୁରନ୍ତ ସଂସଦକୁ ଭାଙ୍ଗି ଦେବେ ଏବଂ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ଆଦେଶ ଦେବେ । ଏହା ପୂର୍ବରୁ ୨୦୨୦ ଅଗଷ୍ଟ ମାସରେ ଶ୍ରୀଲଙ୍କା ସଂସଦ ଗଠିତ ହୋଇଥିଲା ହୋଇଥିଲା । ଏହାକୁ ନିର୍ଦ୍ଧାରିତ ସମୟର ୧୧ ମାସ ପୂର୍ବରୁ ଭାଙ୍ଗି ଦିଆଯାଇଛି । ଅନ୍ୟପଟେ ନିର୍ବାଚନ ଜିତିବା ପରେ ଦିସାନାୟକେଙ୍କୁ ସୋମବାର ରାଷ୍ଟ୍ରପତି ସଚିବାଳୟରେ ନ୍ୟାୟଧୀଶ ଜୟନ୍ତ ଜୟସୂର୍ଯ୍ୟା ଶ୍ରୀଲଙ୍କାର ନବମ ରାଷ୍ଟ୍ରପତି ଭାବେ ଶପଥ କରାଯାଇଛନ୍ତି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.