ଜାପାନ ଏବଂ ରୁଷ୍‌କୁ ପଛରେ ପକାଇଲା ଭାରତ, ଏସିଆର ତୃତୀୟ ସୁପର ପାଓ୍ୱାର ହେଲା ଦେଶ

Published By : Prameya-News7 Bureau | September 25, 2024 IST

ନୂଆଦିଲ୍ଲୀ ୨୫।୦୯ : ଭାରତ ସୁପର ପାଓ୍ୱାର । ଏସିଆ ମହାଦେଶର ସୁପର ପାଓ୍ୱାର ପାଲଟିଲା ଭାରତ । ରୁଷ୍‌, ଜାପାନକୁ ପଛରେ ପକାଇ ଭାରତ ଏହି କିର୍ତ୍ତୀମାନ ହାସଲ କରିଛି । ଭାରତ ଆଗକୁ କେବଳ ରହିଛନ୍ତି ଚୀନ୍‌ ଏବଂ ଆମେରିକା । ଏସିଆ ପାଓ୍ୱାର ଇଣ୍ଡେକ୍ସ ୨୦୨୪ ରିପୋର୍ଟରେ ଏହି ଖୁଲାସା ହୋଇଛି । 

ଅଷ୍ଟ୍ରେଲିଆର ଲିଓ୍ୱି ଇନ୍‌ଷ୍ଟିଚ୍ୟୁଟର ଏକ ରିପୋର୍ଟ ପ୍ରକାଶ ପାଇଛି । ଅର୍ଥନୀତି, ସେନା ଶକ୍ତି, ବୈଦେଶିକ ରଣନୀତିର ଆଧାରକୁ ନେଇ ଏସିଆର ୨୭ ଦେଶର ମୂଲ୍ୟାଙ୍କନ କରାଯାଇଥିଲା । ଯେଉଁଥିରେ ଗତ ୬ ବର୍ଷ ମଧ୍ୟରେ ଏସିଆର ଶକ୍ତି ସନ୍ତୁଳନରେ  କିପରି ବିକଶିତ ହୋଇଛି, ଯେଉଁଥିରେ ରୁଷ୍‌ ଓ ଜାପାନ ପରି ଶକ୍ତିଶାଳୀ ଦେଶ ଠାରୁ ଆଗକୁ ଟପିଯାଇଛି ଭାରତ । ସେହି ସବୁକୁ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ରିପୋର୍ଟରେ ହୋଇଥିବା ବିଶ୍ଲେଷଣ ମୁତାବିକ, ଯୁକ୍ତରାଷ୍ଟ୍ର ଆମେରିକା ଏସିଆର ନିଜର ପ୍ରଭାବ ଜାରି ରଖିଛି । ଯାହାଫଳରେ ଏହି ଲିଷ୍ଟରେ ସେ ଟପ୍‌ରେ ରହିଛି । ଏହାପଛକୁ ରହିଛି ଚୀନ୍‌ । ପୁରା ଏସିଆ ଚୀନ୍‌ ନିଜର ସୈନ୍ୟ ଶକ୍ତି ବୃଦ୍ଧି କରିବାରେ ଲାଗିଛି । ହେଲେ ଅର୍ଥନୈତିକ ସ୍ତରରେ ସ୍ଥିର ରହିଛି ଚୀନ୍‌ । ଏହାସବୁ କାରଣ ପାଇଁ ଚୀନ୍‌ ତାଲିକାରେ ୨ୟ ସ୍ଥାନରେ ରହିଛି । ଏହାପଛକୁ ରହିଛି ଭାରତ । ପୁରା ବିଶ୍ୱରେ ପ୍ରଥମ ଥର ପାଇଁ ଭାରତ ଜାପାନ ଏବଂ ରୁଷ୍‌କୁ ପଛରେ ପକାଇଛି । ଏସିଆରେ ନିଜର ସୈନ୍ୟ ଶକ୍ତି ସହ ସମସ୍ତ କ୍ଷେତ୍ରରେ ଭାରତ ଅଗ୍ରସର ହୋଇଚାଲିଛି । ଯାହାକି ଭାରତକୁ ତୃତୀୟ ସ୍ଥାନରେ ପହଞ୍ଚାଇଛି । 

ସେହିପରି ରିପୋର୍ଟରେ ଦିଆଯାଇଛି ରାଙ୍କି ଅନୁସାରେ

ଆମେରିକା- ୮୧.୭ ପଏଣ୍ଟ

ଚୀନ୍‌ – ୭୨.୭ ପଏଣ୍ଟ

ଭାରତ- ୩୯.୧ ପଏଣ୍ଟ

ଜାପାନ- ୩୮.୯ ପଏଣ୍ଟ

ରୁଷିଆ- ୩୧.୧ ପଏଣ୍ଟ

ଦକ୍ଷିଣ କୋରିଆ- ୩୧.୦ ପଏଣ୍ଟ

ସିଙ୍ଗାପୁର – ୨୬.୪ ପଏଣ୍ଟ

ଇଣ୍ଡୋନେସିଆ- ୨୨.୩ ପଏଣ୍ଟ

ଭାଇଲାଣ୍ଡ- ୧୯.୮ ପଏଣ୍ଟ

ପାକିସ୍ତାନ- ୧୪.୦ ପଏଣ୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.