ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା, ସୁନାମୀ ଆଲର୍ଟ ଜାରି

Published By : Prameya-News7 Bureau | September 24, 2024 IST

ନୂଆଦିଲ୍ଲୀ ୨୪।୦୯: ପୁଣି ଥରେ ଭୂକମ୍ପରେ ଥରିଲା ଜାପାନ । ଏହି ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇଛି। ରିପୋର୍ଟ ଅନୁଯାୟୀ, ଭୂକମ୍ପ ପରେ ଜାପାନର ରାଜଧାନୀ ଟୋକିଓର ଦକ୍ଷିଣରେ ଥିବା ଦୂର ଦ୍ୱୀପପୁଞ୍ଜରେ ମଧ୍ୟ ସୁନାମି ସତର୍କ ସୂଚନା ଜାରି କରାଯାଇଛି। ତେବେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ ।

ଜାପାନର ପାଣିପାଗ ବିଜ୍ଞାନୀମାନେ କହିଛନ୍ତି ଯେ ସକାଳ ପ୍ରାୟ ୫ ଟା ସମୟରେ ଇଜୁ ଦ୍ୱୀପରେ ୫.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। କିଛି ମିନିଟ ମଧ୍ୟରେ ଏହି ଅଞ୍ଚଳରେ ଏକ ମିଟର ପର୍ଯ୍ୟନ୍ତ ଲହରୀ ଉଠିବାର ଚେତାବନୀ ଜାରି କରାଯାଇଛି ।ଏହା ପରେ ଓଗାସୱାରା ଦ୍ୱୀପରେ ୩.୩ ଇଞ୍ଚର ସୁନାମି ହେବାର ଆଶଙ୍କା ରହିଥିଲା। କହିବାକୁ ଗଲେ ଜାପାନ ୪ ଟି ପ୍ରମୁଖ ଟେକ୍ଟୋନିକ୍ ପ୍ଲେଟ୍ ଉପରେ ଅବସ୍ଥିତ । ପ୍ରତିବର୍ଷ ଏଠାରେ ପ୍ରାୟ ୧,୫୦୦ ଭୂକମ୍ପ ଅନୁଭୂତ ହୁଏ, ଯାହା ମଧ୍ୟରୁ ଅଧିକାଂଶ ଛୋଟ। 

କହିବାକୁ ଗଲେ ଗତ ମାସରେ ଜାପାନର କ୍ୟୁଶୁ ଏବଂ ଶିକୋକୁ ଦ୍ୱୀପପୁଞ୍ଜରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା। ଯେତେବେଳେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ରେକର୍ଡ କରାଯାଇଥିଲା। ତା’ପରେ ଉପକୂଳବର୍ତ୍ତୀ ଅଞ୍ଚଳ ମିୟାଜାକି, କୋଚି, ଇହିମ, କାଗୋସିମା ଏବଂ ଆଇଟା ଠାରେ ସୁନାମି ସତର୍କ ସୂଚନା ଜାରି କରାଯାଇଥିଲା। ମିଆଜାକି, କ୍ୟୁଶୁରେ ୨୦ ସେମି ଉଚ୍ଚରେ ସମୁଦ୍ର ତରଙ୍ଗ ବୃଦ୍ଧି ପାଇଥିବାର ଦେଖାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.