କ୍ରେନ୍‌ରୁ ଝୁଲି ବର୍ଥଡେ ଫଟୋସୁଟ୍‌ କଲେ ପାକିସ୍ତାନୀ ଯୁବତୀ, ୟୁଜର୍ସ କରୁଛନ୍ତି ସମାଲୋଚନା

Published By : Prameya-News7 Bureau | September 24, 2024 IST

ମୁମ୍ବାଇ ୨୪।୦୯: ପାକିସ୍ତାନୀ ଗାୟିକା ଓ ସୋସିଆଲ୍‌ ମିଡିଆ   ଇନ୍‌ଫ୍ଲୁଏନ୍ସର ରାବେକା ଖାନ୍‌ ଅଭିନବ   ଉପାୟରେ ନିଜର ୨୦ତମ ଜନ୍ମଦିନ ପାଳନ   କରିଛନ୍ତି । ଏଥିଲାଗି ସେ କ୍ରେନ୍‌ରୁ ଝୁଲି   ମଝି ଆକାଶରେ ଫଟୋସୁଟ୍‌ କରାଇଥିଲେ ।   ଏହି ସମୟରେ ରେବେକା ଏକ ସୁନ୍ଦର   ନାରଙ୍ଗୀ ରଙ୍ଗର ଡ୍ରେସ୍‌ ପିନ୍ଧିଥିବାବେଳେ   ତାଙ୍କ ଚାରିପଟେ ମ୍ୟାଚିଂ ରଙ୍ଗର ବେଲୁନ୍‌   ସଜାଯାଇଥିବା ଦେଖିବାକୁ ମିଳିଥିଲା । 

ପୋଷ୍ଟ୍‌  ହେବାର କିଛି ସମୟ ମଧ୍ୟରେ ତାଙ୍କର ପରୀ  ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ  ହୋଇଥିଲା । ତାଙ୍କର ୮ ନିୟୁତ ଇନ୍‌ଷ୍ଟାଗ୍ରାମ  ଫଲୋଅର ପ୍ରାଥମିକ ଭାବେ ଏହା ଫଟୋ  ଏଡିଟିଂ ମାଧ୍ୟମରେ ହୋଇଥିବା ଭାବିଥିଲେ ।  କାରଣ ସେ ଅତି ସାବଲୀଳ ଭାବେ ବେଲୁନ୍‌କୁ  ଧରି ପୋଜ୍‌ ଦେଇଥିବା ଦେଖିବାକୁ ମିଳିଥିଲା ।  ପରେ ଖାନ୍‌ ନିଜେ ଏକ ଭିଡିଓ ପୋଷ୍ଟ  କରି ପ୍ରକୃତ ସତ ପ୍ରକାଶ କରିଥିଲେ ।  ସେହି ଭିଡିଓରେ ସେ କ୍ୟାମେରାକୁ ପୋଜ୍‌  ଦେଉଥିବାବେଳେ ଏକ କ୍ରେନ୍‌ ସହାୟତାରେ  ଧୀରେ ଧୀରେ ଉପରକୁ ଉଠୁଥିବା  ଦେଖିବାକୁ ମିଳିଥିଲା । 

ଏହି ଫଟୋସୁଟ୍‌  ଖୁବ୍‌ ଚାଲେଞ୍ଜିଂ ଥିବାବେଳେ ଜନ୍ମଦିନକୁ  ନିଆରା ଭାବେ ପାଳନ କରିବା ଉଦ୍ଦେଶ୍ୟରେ  ସେ ଏପରି ନିଷ୍ପତ୍ତି ନେଇଥିବା କହିଥିଲେ ।  ତେବେ ତାଙ୍କର ଏପରି ବିପଜ୍ଜନକ ଷ୍ଟଣ୍ଟକୁ  ସୋସିଆଲ୍‌ ମିଡିଆରେ ଅନେକ ୟୁଜର  ସମାଲୋଚନା କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.