ଜମ୍ମୁ-କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ; ୨୬ ଆସନରେ ନେତା ବାଛିବେ ଜନତା

Published By : Prameya-News7 Bureau | September 25, 2024 IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ବୁଧବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ୬ଟି ଜିଲ୍ଲାର ୨୬ଟି ଆସନରେ ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ୬ ଜିଲ୍ଲା ମଧ୍ୟରୁ ଜମ୍ମୁ ଡିଭିଜନର ୩ଟି ଜିଲ୍ଲା ରହିଥିବା ବେଳେ କାଶ୍ମୀର ଘାଟିର ୩ଟି ଜିଲ୍ଲା ରହିଛି । 

ଦ୍ବିତୀୟ ପର୍ଯ୍ୟାୟରେ ୨୫ ଲକ୍ଷ ୭୦ ହଜାର ଭୋଟର ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସ୍ୱଚ୍ଛ ଓ ନିରପେକ୍ଷ ମତଦାନ ପାଇଁ ୩,୫୦୨ଟି ବୁଥ୍ ପ୍ରତିଷ୍ଠା କରାଯାଇଥିଲା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ  ଗ୍ରହଣ କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା, ଜେକେପିସିସି ଅଧ୍ୟକ୍ଷ ତାରିକ୍ ହାମିଦ୍ କର୍ରା ଏବଂ ବିଜେପିର ଜମ୍ମୁ-କାଶ୍ମୀର ପ୍ରମୁଖ ରବିନ୍ଦ୍ର ରାଇନାଙ୍କ ଭାଗ୍ୟ ପରୀକ୍ଷା ହେବ । 

ଗତ ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହୋଇଥିଲା । ଆସନ୍ତା ଅକ୍ଟୋବର ୧ରେ ତୃତୀୟ ପର୍ଯ୍ୟାୟରେ ବାକି ୪୦ ଆସନରେ ମତଦାନ ହେବ । ଅକ୍ଟୋବର ୮  ତାରିଖରେ ରେଜଲ୍ଟ ଆସି 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.