ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତର ମୃତ୍ୟୁ, ଘରେ ଦେଇଥିଲା ଆତଙ୍କୀଙ୍କୁ ଆଶ୍ରୟ

Published By : Prameya-News7 Bureau | September 24, 2024 IST

ନୂଆଦିଲ୍ଲୀ: ୨୦୧୯ରେ ଜମ୍ମୁ-କାଶ୍ମୀର ପୁଲଓ୍ବାମାରେ ସିଆରପିଏଫ ଯବାନଙ୍କ ଗାଡ଼ି ଉପରକୁ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ବିଲାଲ ଅହମଦ କୁଚେର ହୃଦଘାତରେ ମୃତ୍ୟୁ।ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତିରେ ସରକାରୀ ମେଡିକାଲ କଲେଜରେ ତା’ର ମୃତ୍ୟୁ ହୋଇଛି।କାକାପୋରାର ହାଜୀବଲ ଗାଁର ବିଲାଲ ଅହମଦ କୁଚେ ସେହି ୧୯ ଜଣକ ମଧ୍ୟରେ ସାମିଲ ଥିଲା ଯେଉଁମାନଙ୍କ ଉପରେ ପୁଲଓ୍ବାମା ଆକ୍ରମଣ ଅଭିଯୋଗ ରହିଥିଲା।

ଅଧିକାରୀଙ୍କ ସୂଚନା ଅନୁଯାୟୀ, କିଶତଓ୍ବାଡ଼ ଜିଲ୍ଲା ଜେଲରେ ଅସୁସ୍ଥ ହେବା ପରେ କୁଚେକୁ ସେପ୍ଟମ୍ବର ୧୭ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୋମବାର ରାତିରେ ହୃଦଘାତରେ ତା’ର ମୃତ୍ୟୁ ହୋଇଛି। ପୁଲଓ୍ବାମା ମାମଲାରେ କୁଚେ ଏବଂ ୧୮ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଏନଆଇଏ ୨୦୨୦ ଅଗଷ୍ଟ ୨୫ରେ ଚାର୍ଜସିଟ୍‌ ଦାଖଲ କରିଥିଲା। ସେ ମାମଲାରେ ଗିରଫ ସାତ ଅଭଯୁକ୍ତଙ୍କ ମଧ୍ୟରେ ସାମିଲ ଥିଲେ। ବିଲାଲ ଅହମଦ କୁଚେ ଏବଂ ଅନ୍ୟ ଅଭିଯୁକ୍ତ ଶାକିର ବଶୀର, ଇନସା ଜ୍ଞାନ ଏବଂ ପୀର ତାରିକ ଅହମଦ ଶାହ ଜୈଶ-ଏ-ମହମ୍ମଦର ଆତଙ୍କବାଦୀଙ୍କୁ ସାମଗ୍ରୀ ଯୋଗାଉଥିଲା ଏବଂ ତାଙ୍କୁ ନିଜ ଘରେ ଆଶ୍ରୟ ଦେଇଥିଲା।

୨୦୧୯ ଫେବ୍ରୁଆରୀ ୧୪ରେ ପୁଲଓ୍ବାମାର ଲେଥପୋରାରେ ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ବିସ୍ଫୋରକ ଭର୍ତ୍ତି କାର୍ ଦ୍ବାରା ସିଆରପିଏଫର ଗାଡ଼ିକୁ ଧକ୍କା ଦେଇଥିଲା, ଏଥିରେ ସିଆରପିଏଫର ୪୦ ଯବାନ ଶହିଦ ହୋଇଥିଲା ଏବଂ ଆଠ ଯବାନ ଆହତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.